Odisha Link
Bridging the Missing Links in Odisha

ଆଖି ବୁଜିଲେ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି ଗୌର କିଶୋର ଦାସ

କଟକ : ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୌର କିଶୋର ଦାସଙ୍କ ଦିଲ୍ଲୀରେ ହୃଦଘାତରେ ପରଲୋକ ଘଟିଛି । ସେ ଆଠଗଡ଼ର ଗୁରୁଜୀ ବିଶ୍ବନାଥ ଦାସଙ୍କ ସୁପୁତ୍ର । ସେ ଉତ୍କଳ ବିଶ୍ବ ବିଦ୍ୟାଳୟର ପ୍ରଥମ ଇଂରାଜୀ ସ୍ନାତକୋତ୍ତର ଛାତ୍ର, ଯିଏକି ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ଲଣ୍ଡନରେ ପିଏଚଡି କରିବା ସହିତ ପ୍ରଫେସର ଦାସ ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ ପ୍ରାଧ୍ୟାପକ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Comments are closed.