Odisha Link
Bridging the Missing Links in Odisha

ଧୋନି ଓ ଗାଙ୍ଗୁଲିଙ୍କୁ ପଛରେ ପକାଇଲେ ରୋହିତ, ସଚିନଙ୍କ ରେକର୍ଡ଼ ଭାଙ୍ଗିବାକୁ ଆଉ ୧୩୦ ରନ୍‌ ଦରକାର

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭରେ ବାଂଲାଦେଶକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ଟିମ୍‌ ଇଣ୍ଡିଆର ଏହି ବିଜୟରେ ମୁଖ୍ୟ ନାୟକ ରୋହିତ ଶର୍ମା ଥିଲେ। ଏହି ମ୍ୟାଚରେ ୧୦୪ ରନର ଶତକୀୟ ପାରି ଖେଳିଥିଲେ ରୋହିତ। ରୋହିତ ଏହି ଶତକୀୟ ପାଳି ଖେଳି ଅନେକ ରେକର୍ଡ଼ ନିଜ ନାମରେ କରିଛନ୍ତି। ତେବେ ଆସନ୍ତୁ ଜାଣିବା କିଛି ବିଶେଷ ରେକର୍ଡ଼।

୧- ଚଳିତ ବିଶ୍ବକପରେ ରୋହିତ ୫୪୪ ରନ୍‌ କରି ସବୁଠୁ ଉପରେ ଅଛନ୍ତି। ବିଶ୍ବକପରେ ସବୁଠୁ ଅଧିକ ରନ୍‌ କରିବାର ରେକର୍ଡ଼ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ନାମରେ ଅଛି। ସଚିନ ୨୦୦୩ ବିଶ୍ବକପରେ ୬୭୩ ରନ୍‌ ସଂଗ୍ରହ କରିଥିଲେ। ଯାହାକି ଏବେ ପର୍ଯ୍ୟନ୍ତ ଏହି ରେକର୍ଡ଼ କେହି ଭାଙ୍ଗି ନାହାନ୍ତି। କିନ୍ତୁ ଏହି ରେକର୍ଡ଼ ରୋହିତ ଶର୍ମା ଭାଙ୍ଗି ପାରନ୍ତି। ବର୍ତ୍ତାନ ଟିମ୍‌ ଇଣ୍ଡିଆକୁ ଆଉ ୨ଟି ମ୍ୟାଚ ଯେମିତି ହେଲେ ଖେଳିବାକୁ ପଡ଼ିବ। ଗୋଟିଏ ଶ୍ରୀଲଙ୍କା ବିପକ୍ଷରେ ଗ୍ରୁପ୍‌ ଷ୍ଟେଜର ଶେଷ ମୁକାବିଲା ଏବଂ ଅନ୍ୟଟି ସେମିଫାଇନାଲ ମ୍ୟାଚ୍। ଯଦି ଭାରତତୀୟ ଦଳ ଫାଇନାଲରେ ପ୍ରବେଶ କରିଯାଏ ତେବେ ଟିମ୍‌ ଇଣ୍ଡିଆ ଏହି ବିଶ୍ବକପରେ ଆହୁରି ୩ଟି ମ୍ୟାଚ ଖେଳିବ। ସଚିନଙ୍କ ରେକର୍ଡ଼ ଭାଙ୍ଗିବାକୁ ହେଲେ ରୋହିତଙ୍କୁ ଆଉ ୧୩୦ ରନର ଆବଶ୍ୟକତା ରହିଛି।


୨- ୨୦୧୯ ମସିହାରେ ଏକଦିବସୀୟ ମ୍ୟାଚରେ ଏବେ ସୁଦ୍ଧା ୧୧୦୦ ରନ୍‌ ସଂଗ୍ରହ କରି ସାରିଲେଣି ରୋହିତ। ଚଳିତବର୍ଷ ସବୁଠୁ ଅଧିକ ରନ୍‌ ସଂଗ୍ରହ କରିବାର ଦ୍ବିତୀୟ ସ୍ଥାନରେ ଅଛନ୍ତି ରୋହିତ। ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚ ଥିବା ବେଳେ ଏହି ତାଲିକାର ୪ର୍ଥ ସ୍ଥାନରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କେହାଲି ଅଛନ୍ତି।

୩- ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଶତକୀୟ ପାରିରେ ୫ଟି ଛକା ମାରିଥିଲେ। ଏହି ୫ ଛକା ବଳରେ ଏକଦିବସୀୟ ମ୍ୟାଚରେ ଭାରତ ପାଇଁ ସବୁଠୁ ଅଧିକା ଛକା ମାରିବାରେ ପ୍ରଥମ ବ୍ୟାଟସମ୍ୟାନ ହୋଇଛନ୍ତି। ରୋହିତଙ୍କ ନାମରେ ବର୍ତ୍ତମାନ ୨୩୦ଟି ଛକା ଥିବା ବେଳେ ଧୋନିଙ୍କ ନାମରେ ୨୨୮ଟି ଛକା ରହିଛି।

୪- ଚଳିତ ବିଶ୍ବକପରେ ରୋହିତ ୪ଟି ଶତକ ମାରି ସାରିଛନ୍ତି। ଏଥି ସହିତ କୁମାର ସାଙ୍ଗାକାରା ଏବଂ ରିକିଂ ପଣ୍ଟିଙ୍ଗଙ୍କ ସମକ୍ଷକ ହୋଇଛନ୍ତି ରୋହିତ।

୫- ୨୦୦୩ ବିଶ୍ବକପରେ ସୌରଭ ଗାଙ୍ଗୁଲି ୩ଟି ଶତକ ମାରିଥିଲେ। ୨୦୧୯ ରେ ରୋହିତ ୪ଟି ଶତକ ମାରି ସୌରଭ ଗାଙ୍ଗୁଲିଙ୍କ ରେକର୍ଡ଼ ଭଙ୍ଗ କରିଛନ୍ତି।

Comments are closed.