Odisha Link
Bridging the Missing Links in Odisha

୬୫ ଟଙ୍କା ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ

ଭୁବନେଶ୍ୱର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଧାନ ଏମଏସପି ୬୫ ଟଙ୍କା ବୃଦ୍ଧି ପାଇ ୧୮୧୫ ଟଙ୍କାରେ ପହଁଚିଛି । ଧାନ ବ୍ୟତୀତ ଡାଲି ଜାତୀୟ ଶସ୍ୟର ଏମଏସପି ମଧ୍ୟ ବୃଦ୍ଧି ପାଇଛି । ହରଡ଼ ଡାଲିର ଏମଏସପି କୁଇଂଟାଲ ପିଛା ୨୧୫ ଟଙ୍କା ବୃଦ୍ଧି ପାଇଥିବାବେଳେ ମୁଗ ଡାଲିର ଏମଏସପି ୭୫ ଟଙ୍କା ବୃଦ୍ଧି ପାଇଛି । ଏନେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସୂଚନା ଦେଇଛନ୍ତି । ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ଧାନ ଓ ଡାଲି ବ୍ୟତୀତ ବାଦାମର ଏମଏସପି ୨୦୦ ଟଙ୍କା ବୃଦ୍ଧି ପାଇଥିବାବେଳେ ସୋୟାବିନର ଏମଏସପି ୩୧୧ ଟଙ୍କା ବୃଦ୍ଧି ପାଇଛି । ସେହିପରି ମଧ୍ୟମ ଧରଣର ତୁଳାର ଏମଏସପି କୁଇଂଟାଲ ପିଛା ୧୦୫ ଟଙ୍କା ବୃଦ୍ଧି ପାଇଥିବାବେଳେ ଲମ୍ବା ତୁଳାର ଏମଏସପି ୧୦୦ ଟଙ୍କା ବୃଦ୍ଧି ପାଇଛି ।

Comments are closed.