Odisha Link
Bridging the Missing Links in Odisha

ଯୁକ୍ତ ଦୁଇ ନାମଲେଖା ପ୍ରଥମ ପର୍ଯ୍ୟାୟରେ ସାମିଲ ହେଲେ, ୩ ଲକ୍ଷ ୩୩ ହଜାର ୫୭୩ ଛାତ୍ରଛାତ୍ରୀ

ଭୁବନେଶ୍ବର : ଆଜି ଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା। ଯୁକ୍ତ ଦୁଇରେ ନାମ ଲେଖାଇାବାକୁ ରେଜିଷ୍ଡେସନ କରିଥିବା ତିନି ଲକ୍ଷ ୭୫ ହଜାର ୯୫୮ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟରୁ ମନୋନୀତ ତିନି ଲକ୍ଷ ୩୩ ହଜାର ୫୭୩ ଛାତ୍ର ଛାତ୍ରୀ ନାମ ଲେଖା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଯୁକ୍ତ ଦୁଇ ଆଡମିଶନକୁ ନେଇ ଚଳ ଚଞ୍ଚଳ ଥିଲା ଜୁନିୟର କ​‌ଲେଜ କ୍ୟାମ୍ପସ।
ଜୁନିୟର କଲେଜରେ ନୁଆ କରି ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀଙ୍କ ଭିଡ ଦେଖିବାକୁ ମିଳିଥିଲା । ସାଙ୍ଗରେ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ, ମେଟ୍ରିକ ମାର୍କସିଟ, ଫଟୋ ସହ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଧରି ଅଭିଭାବକଙ୍କ ସହ କଲେଜରେ ପହଞ୍ଚିଛନ୍ତି ଛାତ୍ର ଛାତ୍ରୀ ।
କାରଣ ଆଜି ଠାରୁ ଚଳିତ ବର୍ଷ ପାଇଁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି। ମଙ୍ଗଳବାର ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମ ପାଇଁ ପ୍ରଥମ ପର୍ଯ୍ୟାୟ କଟ୍‍ ଅଫ୍‍ ମାର୍କ ପ୍ରକାଶ ପାଇଥିଲା। ନାମଲେଖାରେ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ବୁଝିବାପାଇଁ ଜୁନିୟର କଲେଜ ଗୁଡିକରେ​‌​ ହେଲ୍ପ ଡେକ୍ସ କରାଯାଇଛି। ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ ଅନୁଯାୟୀ ଲିଷ୍ଟ ଛାତ୍ରାଛାତ୍ରୀମାନେ ନାମ ଲେଖାଇ ପାରିବେ। ସେପଟେ ସିବିଏସଇ ଦଶମ ପାସ କରିଥିବା ଛାତ୍ରୀ ମାନେ ଯୁକ୍ତି ଦୁଇରେ ନାମ ଲେଖାଇବାକୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସିବିଏସଇ କର୍ତ୍ତୃପକ୍ଷ ମାଇଗ୍ରେସନ ସାର୍ଟିଫିଟେ ଦେଇନଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି ।
ଚଳିତ ଶିକ୍ଷାବର୍ଷ ପାଇଁ ୩ଲକ୍ଷ ୭୫ହଜାର ୯୫୮ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଲକ୍ଷ ୩୩ହଜାର ୫୭୩ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ନାମଲେଖା ଲାଗି ଚୟନ କରାଯାଇଛି । କଳାରେ ୨ଲକ୍ଷ ୧୯ହଜାର ୧୦ଜଣ ,ବିଜ୍ଞାନରେ ୮୧ ହଜାର ୧୯୭ଜଣ, ବାଣିଜ୍ୟରେ ୨୨ହଜାର ୩୭୫ଜଣ, ସଂସ୍କୃତରେ ୬ହଜାର ୩୧୯ଜଣ, ଧନ୍ଦାମୂଳକ ଶିକ୍ଷାରେ ୪ହଜାର ୬୯୦ଜଣ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି । କଳାରେ ୭୧ଦଶମିକ ୧୭ ପ୍ରତିଶତ ସହ ବିଜେବି ଆଗରେ ରହିଥିବା ବେଳେ ୭୦ଦଶମିକ ୧୭ ପ୍ରତିଶତ କଟଅଫ୍ ମାର୍କ ସହ ରେଭେନ୍ସା ଜୁନିୟର ଦ୍ବିତୀୟ ସ୍ଥାନରେ ରହିଛି । ଏପଟେ ସୋଅ ଆଇଏଚଏସଇ ଯୁକ୍ତ ଦୁଇ ବିଜ୍ଞାନ କଲେଜରେ ଓରିଏଣ୍ଟେସନ କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା ।ଉତ୍ତମ ଶିକ୍ଷାଦାନ, ଭିତ୍ତିଭୁମି, ଅଭିଜ୍ଞ ଅଧ୍ୟାପକ ଯୋଗୁ ଏହି କଲେଜ ଛାତ୍ର ଛାତ୍ରୀ ମାନଙ୍କ ପସନ୍ଦ ପାଲଟିଛି।

Comments are closed.