Odisha Link
Bridging the Missing Links in Odisha

ବଜେଟ୍‌ : କେଉଁ ସାମଗ୍ରୀ ଶସ୍ତା ଏବଂ ମହଙ୍ଗା ହେଲା ଜାଣନ୍ତୁ….

ନୂଆଦିଲ୍ଲୀ: ମୋଦି ସରକାରଙ୍କ ୨ୟ ଇନିଂସର ପ୍ରଥମ ବଜେଟ ଉପସ୍ଥାପିତ ହୋଇଛି। ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ବଜେଟ୍‌ ଉପସ୍ଥାପନ କରିଛନ୍ତି। ବଜେଟ ଉପସ‌୍ଥାପିତ ହୋଇ ସାରିବା ପରେ ଏକାଧିକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ସାମଗ୍ରୀ ମହଙ୍ଗା ହୋଇଛି। ତେବେ ଆସନ୍ତୁ ଜାଣିବା କେଉଁ ଦ୍ରବ୍ୟ ଶସ୍ତା ହୋଇଛି ଏବଂ କେଉଁ ଦ୍ରବ୍ୟ ମହଙ୍ଗା ହୋଇଛି।

ଶସ୍ତା:
କୃତ୍ରିମ କିଡ୍‌ନୀ ତିଆରି ପାଇଁ ସମସ୍ତ ସାମଗ୍ରୀ, ଆମଦାନୀ ହେଉଥିବା ପ୍ରତିରକ୍ଷା ସାମଗ୍ରୀ, ଆମଦାନୀ ହେଉଥିବା ସମସ୍ତ ଇ-ଯାନର ପାର୍ଟସ, ଆମଦାନୀ ହେଉଥିବା ଉଲ୍ ଫାଇବର, କାଗଜ ଦର, ସୋଲାର ପ୍ୟାନେଲ, ବିଦ୍ୟୁତ୍‌ଯାନ, ଚମଡ଼ା ଜାତ ଦ୍ରବ୍ୟ, ମାର୍ବଲ, ଟାଇଲ।

ମହଙ୍ଗା:
ଆମଦାନୀ ହେଉଥିବା ସମସ୍ତ ସୁନା ଓ ମୂଲ୍ୟବାନ ଧାତୁ, ପେଟ୍ରୋଲ ଓ ଡିଜେଲ, ସିସିଟିଭି ଓ ଆଇପି କ୍ୟାମେରା, ମେଟାଲ ଫିଟିଙ୍ଗସ୍, ଆମଦାନୀ ହେଉଥିବା ସ୍ପିଲଟ ଏସି, ଆମଦାନୀ ହେଉଥିବା ପ୍ଲାଟିନମ, ଆମଦାନୀ ହେଉଥିବା ଅଟୋମୋବାଇଲ ପାର୍ଟସ, ଆମଦାନୀ ହେଉଥିବା ଲାଉଡ ସ୍ପିକର, ଆମଦାନୀ ହେଉଥିବା ପ୍ଲଗ, ସକେଟ ଓ ସୁଇଚ୍‌, ସିଗାରେଟ, ତମାଖୁ, ସିଗାର, ପାନ ମସଲା ଓ ଆମଦାନୀ ହେଉଥିବା ବହି।