Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କଲେ ଏଏସଆଇ ଟିମ୍

ପୁରୀ : ରଥଯାତ୍ରା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀ ସହିତ ଜନ୍ମବେଦୀକୁ ଯାତ୍ରା କରିଥିବାବେଳେ ଖାଲିପଡ଼ିଛି ଶ୍ରୀମନ୍ଦି । ଏହି ଅବସରରେ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ଆରମ୍ଭ ହୋଇଛି । ଭାରତୀୟ ପ୍ରତ୍ନତାତ୍ଵିକ ସର୍ବେକ୍ଷଣ ସଂସ୍ଥା ଏବଂ ରୁର୍‌କୀ ସିବିଆରଆଇର ବରିଷ୍ଠ ଅଧିକାରୀମାନେ ଗର୍ଭଗୃହ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛନ୍ତି । ଗର୍ଭଗୃହର ପ୍ରଥମ ମହଲା ଓ ଦ୍ବିତୀୟ ମହଲା ସହିତ କାନ୍ଥ, ଷ୍ଟିଲ କ୍ରସ୍‌ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ଉପସ୍ଥିତ ଥିଲେ । ଯାଞ୍ଚ ସମୟରେ ଗର୍ଭଗୃହର ଭେଣ୍ଟିଲେଶନ ଉପରେ ମଧ୍ୟ ଗୁରୁତ୍ଵ ଦିଆ ଯାଇଛି । ଗର୍ଭଗୃହ ସହିତ ନାଟ ମଣ୍ଡପ ମଧ୍ୟ ଯାଞ୍ଚ କରାଯାଉଛି ।

Comments are closed.