Odisha Link
Bridging the Missing Links in Odisha

୮ କଂଗ୍ରେସ ବିଧାୟକ ନିଜ ମୁଖ୍ୟମନ୍ତ୍ରୀଙ୍କ ସହିତ ଯାହା କଲେ, କୌଣସି ଶତ୍ରୁ ମଧ୍ୟ ଏପରି କରିବ ନାହିଁ

ବେଙ୍ଗାଲୁରୁ: କର୍ଣ୍ଣାଟକା ମେଣ୍ଟ ସରକାର ବର୍ତ୍ତମାନ ଟଳମଳ ସ୍ଥିତିରେ। ମେଣ୍ଟ ସରକାରକୁ ଲାଗିଛି ଜବଦଦସ୍ତ ଝଟକା। କାହିଁକିନା ଉଭୟ ଜେଡିଏସ ଏବଂ କଂଗ୍ରେସର ମୋଟ୍ ୧୧ ଜଣ ବିଧାୟକ ଆଜି ବିଧାନସଭାରୁ ଇସ୍ତଫା ଦେଇଥିବା ସୂଚନା ରହିଛି। ବାଚସ୍ପତିଙ୍କୁ ଏହି ୧୧ ବିଧାୟକ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। କିନ୍ତୁ ବାଚସ୍ପତି ନଥିବାରୁ ଇସ୍ତଫା ଗ୍ରହଣ ହୋଇ ପାରିନି। ଆଠ ବିଧାୟକଙ୍କ ମଧ୍ୟରେ କଂଗ୍ରେସର ୮ ଓ ଜେଡିଏସର ୩ ଜଣ ବିଧାୟକ ରହିଛନ୍ତି। ଇସ୍ତଫା ପଛର କାରଣ ଏଯାଏ କିଛି ସ୍ପଷ୍ଟ ହୋଇନାହିଁ। ଏହି ଆଠ ବିଧାୟକଙ୍କୁ ମିଶାଇଲେ ଗତ ୬ ଦିନରେ ୧୦ ବିଧାୟକ ମେଣ୍ଟ ସରକାରରୁ ଇସ୍ତଫା ଦେଇଛନ୍ତି। ଫଳରେ ଜେଡିଏସ-କର୍ଣ୍ଣାଟକ ସରକାର ସଙ୍କଟରେ ଥିବା ଦେଖିବାକୁ ମିିଳିଛି। ସରକାରକୁ ବଞ୍ଚାଇବା ପାଇଁ ଏବେ ଶାସକ ଦଳ ଜୋରଦାର ପ୍ରୟାସ ଆରମ୍ଭ କରୁଛି। କଂଗ୍ରେସ ମହାସଚିବ କେକେ ବେଣୁଗୋପାଳ ଏବେ ଦିଲ୍ଲୀରୁ କର୍ଣ୍ଣାଟକ ଯାଉଛନ୍ତି ବୋଲି ସୂଚନା ରହିଛି।

ଜୁଲାଇ ପହିଲାରେ ବେଲଗଭି ଜିଲ୍ଲାର ବିଜୟନଗର କଂଗ୍ରେସ ବିଧାୟକ ଆନନ୍ଦ ସିଂହ ଏବଂ ଗୋକକ କଂଗ୍ରେସ ବିଧାୟକ ରମେଶ ଜାରକିହୋଲି ସରକାରଙ୍କ ଶିଳ୍ପ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିଲେ। ଏହି ଦୁଇ ବିଧାୟକ ଇସ୍ତଫା ଦେବା ପରେ କଂଗ୍ରେସ ପାଖରେ ୭୭ ବିଧାୟକ ଏବଂ ଜେଡିଏସ ପାଖରେ ୩୭ ଜଣ ବିଧାୟକ ଥିଲେ। ୨୦୧୮ରେ ହୋଇଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ମୋଟ ୨୨୫ ଆସନରୁ କଂଗ୍ରେସ ୮୦ଟି ଆସନ, ଜେଡିଏସ ୩୭ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଜଣେ ସ୍ୱାଧୀନ ପ୍ରାର୍ଥୀ ସହ ୧୦୫ଟି ଆସନରେ ବିଜୟୀ ହୋଇଥିଲା। ସରକାର ଗଢ଼ିବା ପାଇଁ ୧୧୩ ରହିଛି ମ୍ୟାଜିକ ନମ୍ୱର। କଂଗ୍ରେସ ଓ ଜେଡିଏସ ପାଖରେ ମୋଟ ୧୧୪ ଜଣ ବିଧାୟକ ରହିଛନ୍ତି। ଯଦି ଏବେ ଏହି ୧୧ବିଧାୟକଙ୍କ ଇସ୍ତଫା ଗୃହୀତ ହୁଏ ତାହାଲେ ମେଣ୍ଟ ସରକାରର ସଂଖ୍ୟା ଆସି ୧୦୨ରେ ପହଞ୍ଚିବ।

ଏହି ସମୟରେ ବିରୋଧୀ ଦଳ ବିଜେପି ଯଦି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ପ୍ରମାଣ ମାଗେ ତାହଲେ ମେଣ୍ଚ ସରକାର ପାଖରେ ମୋଟ ୧୦୬ ଜଣ ବିଧାୟକ ରହିବେ। ଯାହାକି ମ୍ୟାଜିକ ନମ୍ୱରଠୁ ଦୂରରେ। ଏହି ସ୍ଥିତିରେ ଝୁଲା ବିଧାନସଭା ସ୍ଥିତି ଉପୁଜିବାର ସମ୍ଭାବନା ରହିଛି ଏବଂ ଆଗାମୀ ଦିନରେ ରାଷ୍ଟ୍ରପତି ଶାସନ ମଧ୍ୟ ଲାଗୁ ହୋଇପାରେ ବୋଲି ସୂଚନା ରହିଛି।

Comments are closed.