Odisha Link
Bridging the Missing Links in Odisha

ଜୁଲାଇ ୧୦ରେ ପ୍ରଥମ ଓଡ଼ିଶା ମିଡିଆ କନକ୍ଲେଭ୍‌

ଭୁବନେଶ୍ବର: ଚଳିତ ମାସରେ ଭୁବନେଶ୍ବରରେ ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥାନ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ନେଇ ଏକ ମହା ଉତ୍ସବ ହେବାକୁ ଯାଉଛି। ରାଜ୍ୟର ପ୍ରମୁଖ ଖବର ସରବରାହ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଜୁଲାଇ ୧୦ ତାରିଖରେ ଆୟୋଜିତ ହେଉଛି ପ୍ରଥମ ଓଡ଼ିଶା ମିଡିଆ କନକ୍ଲେଭ୍।

ସ୍ଥାନୀୟ ଜୟଦେବ ଭବନରେ ପୁର୍ବାହ୍ନ ୧୦ଟାରେ ହେବାକୁ ଥିବା ଏହି ଉତ୍ସବରେ ସାମ୍ବାଦିଗତା ଶିଳ୍ପ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ, ଗଣଯୋଗାଯୋଗ ଶିକ୍ଷା ଓ ଗଣମାଧ୍ୟମ ସଂସ୍ଥା ସହ ରାଜନୀତିର ସଂପୃକ୍ତି ଆଦି ବିଷୟରେ ୫ଟି ସଂପାନରେ ଆଲୋଚନା କରାଯିବ। ବୈଦ୍ୟୁତିକ ଗଣମାଧ୍ୟମ, ଛାପା ଗଣମାଧ୍ୟମ, ପୋର୍ଟାଲ, ଗଣସଂଚାର ଶିକ୍ଷାନୁଷ୍ଠାନ ଓ ରାଜନୈତିକ ଦଳର ପ୍ରତିନିଧିମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ। ପ୍ରତି ସଂପାନ ଅନ୍ତେ ଉପସ୍ଥିତ ଶ୍ରୋତାଙ୍କ ସହ ବକ୍ତାମାନଙ୍କର ଏକ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସବୁବେଳେ ଖବର ରାଜ୍ୟରେ ବ୍ୟସ୍ତ ରହୁଥିବା ଓଡ଼ିଶା ଗଣମାଧ୍ୟମର ଜଣାଶୁଣା ଚେହେରାମାନେ ଏହି ଉତ୍ସବରେ ନିଜର ଅନୁଭୂତି ବାଣ୍ଟିବା ସହ ବିତର୍କରେ ଭାଗନେବେ। ସାଧାରଣତଃ ସଭାସମିତି ଓ ଜନସଭାରୁ ଦୂରରେ ରହୁଥିବା ଗଣମାଧ୍ୟମ ଜଗତର ବହୁ ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ଏ ଅବସରରେ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ ବୋଲି ଉତ୍ସବ ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି।

ଉତ୍ସବରେ ବହୁ ସଂଖ୍ୟାରେ ସାମ୍ବାଦିକ, ସାମ୍ବାଦିକତା ଛାତ୍ରଛାତ୍ରୀ ଓ ଉତ୍ସାହୀ ଜନସାଧାରଣ ଯୋଗଦେବା ଲାଗି ଆୟୋଜନ କମିଟି ସଦସ୍ୟ ହରିହର ପଣ୍ଡା, ରାମଚଣ୍ଡୀ ପ୍ରସାଦ ରଣସିଂହ ଓ ସୁବ୍ରତ କୁମାର ନାୟକ ପ୍ରମୁଖ ଅନୁରୋଧ କରିଛନ୍ତି।

Comments are closed.