Odisha Link
Bridging the Missing Links in Odisha

ପାଟକୁରାରେ ମିଳିତ ପ୍ରାର୍ଥୀ ଦିଅନ୍ତୁ ବିଜେଡି-ବିଜେପି: ଶ୍ରୀକାନ୍ତ ଜେନା

ଭୁବନେଶ୍ବର: ପାଟକୁରା ବାସୀ ତଥା ଓଡିଶା ବାସୀଙ୍କୁ ଉଭୟ ବିଜେଡି-ବିଜେପି ଦୁଇଦଳ କାହିଁକି ଠକୁଛନ୍ତି?  ଉଭୟ ଦଳ ମିଶି ଜଣକୁ କାହାକୁ ଏହି ନିର୍ବାଚନରୁ ଓହରାଇ ନିଅନ୍ତୁ ଓ ଅନ୍ୟ ଜଣଙ୍କୁ ମିଳିତ ପ୍ରାର୍ଥୀ ଭାବେ ଘୋଷଣା କରନ୍ତୁ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି। ଏଥି ସହିତ ଅଯଥାରେ ଗାଁ ଗଣ୍ଡରେ ଝଗଡା – ପାଇସା- ମଦ ବାଣ୍ଟିବା ବନ୍ଦ କରାନ୍ତୁ। ମନ୍ତ୍ରୀ ମାନଙ୍କର ସମୟକୁ ସରକାରୀ କାର୍ଯ୍ୟରେ ବିଶେଷକରି ଫନି ରେ ଦୂର୍ଦ୍ଦଶାଗ୍ରସ୍ତ ଲୋକଙ୍କର ସମସ୍ୟା ଦୂର କରିବାରେ ଲାଗାନ୍ତୁ ବୋଲି ଶ୍ରୀକାନ୍ତ କହିଛନ୍ତି।

ଏବେ ପାଟକୁରା ବିଧାନସଭାର ସ୍ଥଗିତ ଥିବା ନିର୍ବାଚନ ହେବାକୁ ଯାଉଛି। ବିଭିନ୍ନ ସମ୍ବାଦପତ୍ର ଓ ଗଣମାଧ୍ୟମରେ ପ୍ରକାଶିତ ହେଉଛି ଯେ- ବିଜେଡ଼ି ଓ ବିଜେପି ମଧ୍ୟରେ ଲଢ଼େଇ ଜୋରଦାର ହେବ ବୋଲି। ବିଭିନ୍ନ ପଞ୍ଚାୟତରେ ମନ୍ତ୍ରୀ ଓ ବହୁ ବିଧାୟକ ଏହି ଦୁଇଟି ଦଳର ସବୁକାମ ଛାଡି ସେଠାରେ ଡେରା ପକାଇଛନ୍ତି। କାହିଁକି ଏ ନାଟକ? ଗତ ଲୋକସଭା ଓ ବିଧାନସଭା ନିର୍ବାଚନ ପରେ ପରେ ଉଭୟ ବିଜେଡି ଓ ବିଜେପିର ନେତୃତ୍ବ ମିଶି ରାଜ୍ୟସଭାକୁ ୩ଜଣଙ୍କୁ ନିର୍ଦ୍ବନ୍ଦରେ ପଠାଇଲେ।

ବିଜେଡି ନିଜ ଦଳର ୩ଜଣଙ୍କୁ ପଠାଇବାର ସଂଖ୍ୟା ଥାଇ ମଧ୍ୟ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେଲା। କୁହାଗଲା ରାଜ୍ୟର ବୃହତ୍ତର ସ୍ବାର୍ଥପାଇଁ ଆମର ଏ ଖୋଲା ବୁଝା ବଣା। ଏପରିକି ସବୁକ୍ଷେତ୍ରରେ ଏବେ ବିଜେଡି, ବିଜେପି ସମସ୍ତ କାର୍ଯକୁ କେବଳ ସମର୍ଥନ ନୁହେଁ ଦୁଇପାଦ ଆଗକୁ ଯାଇ  ପ୍ରଶଂସାରେ ବ୍ୟସ୍ତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରୀୟ ବଜେଟକୁ ଏକ ଯୁଗାନ୍ତକାରୀ କହିବାକୁ ପଛେଇ ନାହାନ୍ତି। ଓଡିଶା ଏହି ବଜେଟରୁ ୧ଟଙ୍କା ମଧ୍ୟ ଲାଭବାନ ହୋଇନାହିଁ। ଏପରିକି କେନ୍ଦ୍ରସରକାର ଦେଶର ୧୭ଟି ପର୍ଯ୍ୟଟନ କେନ୍ଦ୍ରକୁ ବିଶେଷ ମାନ୍ୟତା ଦେବା ବେଳେ ଓଡ଼ିଶାର ଗୋଟିଏ ବି ସ୍ଥାନକୁ ଗ୍ରହଣ କରାଯାଇନାହିଁ। ପୁରୀର ଜଗନ୍ନଥ ମନ୍ଦିର, କୋଣାର୍କ, ରତ୍ନଗିରି- ଲଳିତଗିରି- ଉଦୟଗିରି ବୁଦ୍ଧ ସର୍କିଟ କିମ୍ବା ତଲସାରୀର ସମୁଦ୍ର ବେଳାଭୂମି ପ୍ରଭୃତି ଓଡ଼ିଶାର ୬ଟି ଜାତୀୟ ଟୁରିଷ୍ଟ ସର୍କିଟରୁ ଗୋଟିଏକୁ ନେଇ ପାରିଥାନ୍ତେ। ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କ ପ୍ରତବାଦ ନାହିଁ କିମ୍ବା ଓଡ଼ିଶାର ଜଣେ ବି ଏମ. ପି ମୁହଁ ଖୋଲୁନାହାନ୍ତି।

Comments are closed.