Odisha Link
Bridging the Missing Links in Odisha

ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ

ଭୁବନେଶ୍ବର : ଉତ୍ତର ପଞ୍ଜାବରୁ ବଙ୍ଗୋପସାଗରେ ଉପରେ ଥିବା ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ କମ୍ ରହିଛି । କିନ୍ତୁ ଆଜିଠାରୁ ବର୍ଷାର ପରିମାଣ ବଢିବ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଖାସ କରି ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର ଢେଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା ସହିତ କଟକରେ ଗୋଟିଏ ଦୁଇଟି ସ୍ଥନରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ସେଥିପାଇଁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି । ଯେତିକି ପରିମାଣର ବର୍ଷା ହେଉଛି ତାହା ଚାଷ ପାଇଁ ପାଗ ଅନୁକୂଳ ଥିବାବେଳେ, ବନ୍ୟାର କୌଣସି ସମ୍ଭାବନା ନଥିବା କହିଛନ୍ତି ପାଣିପାଗ କେନ୍ଦ୍ର ।

Comments are closed.