Odisha Link
Bridging the Missing Links in Odisha

ବାଇକ୍‌-ବସ୍ ମୁହାଁମୁହିଁ: ଚାଲିଗଲା କଲେଜ ଛାତ୍ରୀଙ୍କ ଜୀବନ

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ହଦମୁଣ୍ଡା ଘାଟି ନିକଟସ୍ଥ ୫୩ନମ୍ୱର ଜାତୀୟ ରାଜପଥରେ ଏକ ବସ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀଙ୍କ ସହ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ସନ୍ତୋଷ ପ୍ରଧାନ ଓ ସୀମାରେଖା ବିଶ୍ୱାଳ। ସେମାନଙ୍କ ଘର ବାଘିଆବନ୍ଧ ଗାଁରେ। ସୀମାରେଖା ଦେବଗଡ଼ କଲେଜରେ ଯୁକ୍ତ ୨ ଶ୍ରେଣୀର ଛାତ୍ରୀ ଥିଲେ।
ଆଜି ସକାଳ ପ୍ରାୟ ୭ଟା ବେଳେ ସନ୍ତୋଷ ଓ ସୀମାରେଖା ଏକ ବାଇକ୍‌ରେ ଦେବଗଡ଼ ଯାଉଥିଲେ। ଏହି ସମୟରେ ହଦମୁଣ୍ଡା ଘାଟି ନିକଟସ୍ଥ ୫୩ ନମ୍ୱର ଜାତୀୟ ରାଜପଥରେ ଦେବଗଡ଼ରୁ ଅନୁଗୋଳ ଯାଉଥିବା ଏକ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍‌ଟି କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଥିଲା। ଘଟଣାସ୍ଥଳରେ ସନ୍ତୋଷଙ୍କର ମୃତ୍ୟୁ ଘଟିଥିବାବେଳେ ସୀମାରେଖା ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।।

Comments are closed.