Odisha Link
Bridging the Missing Links in Odisha

୧୮ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ମୂଲ୍ୟାୟନ

କଟକ : ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଶେଷ ହୋଇନଥିବା ବେଳେ ଖାତା ମୂଲ୍ୟାୟନ ପାଇଁ ବୋର୍ଡ କର୍ତ୍ତୃପକ୍ଷ ପ୍ରସ୍ତୁତି ଶେଷ କରିଛନ୍ତି। ବୋର୍ଡ ନିଷ୍ପତ୍ତି ଅନୁଯାୟୀ, ସପ୍ଲିମେଣ୍ଟାରୀ ଖାତା ଦେଖା ଆସନ୍ତା ୧୮ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହେବ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ର ଖାତା ଦେଖା ୨୧ ତାରିଖରୁ ଆରମ୍ଭ ହୋଇ ୨୩ ତାରିଖରେ ଶେଷ ହେବ। ଏଥିପାଇଁ ରାଜ୍ୟରେ ମୋଟ ୧୨ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀମାନେ କିଭଳି ଏଥର ଯୁକ୍ତ ଦୁଇ ନାମ ଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ ତାକୁ ଦୃଷ୍ଟିରେ ରଖି ପରୀକ୍ଷା ଫଳ ଘୋଷଣା ଜଲଦି କରିବାକୁ ଯୋଜନା ହେଉଛି ବୋଲି ବୋର୍ଡ ସଭାପତି ଡକ୍ଟର ଜାହାନ୍‌ ଆରା ବେଗମ ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ , ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ୮ ତାରିଖରୁ ଆରମ୍ଭ ହୋଇଛି। ଏହା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ବିଜ୍ଞାନ ପରୀକ୍ଷା ରହିଥିବା ବେଳେ ଏଥିରେ ୧୫ଜଣ କପି କରୁଥିବା ବେଳେ ସ୍କ୍ବାଡ ହାତରେ ଧରାପଡି ଏମପି ହୋଇଛନ୍ତି। ଫ୍ଲାଇଗ୍ ସ୍କ୍ବାଡ ୧୨ ଜଣଙ୍କୁ ଧରିଥିବା ବେଳେ ସ୍ବତନ୍ତ୍ର ସ୍କ୍ବାଡ ୩ ଜଣଙ୍କୁ ଧରି ଏମପି କରିଛନ୍ତି। ଆଜି ସାମଜିକ ବିଜ୍ଞାନ ଓ ୧୪ ରେ ଭିଜୁଆଲ ଆର୍ଟ ପରୀକ୍ଷା ଶେଷ ହେଲା ପରେ ୧୮ ତାରିଖରୁ ମୂଲ୍ୟାୟନ ଆରମ୍ଭ ହେବ। ସେହିପରି ଏସଓଏସସି ପରୀକ୍ଷା ୮ ତାରିଖରୁ ଆରମ୍ଭ ହୋଇଥିବାବେଳେ ୧୬ ତାରିଖରେ ଶେଷ ହେବ। ଆଜି ବିଜ୍ଞାନ ପରୀକ୍ଷା ରହିଥିବା ବେଳେ ଏଥିରେ କୌଣସି ଛାତ୍ରଛାତ୍ରୀ ଏମପି ହୋଇନାହାନ୍ତି। ଆଜି ଚିତ୍ରାଙ୍କନ, ୧୪ରେ ଚିତ୍ରଙ୍କନ ପ୍ରକ୍ଟିକାଲ, ୧୫ରେ ଗୃହବିଜ୍ଞାନ ଓ ୧୬ରେ ଭାରତୀୟ ସଂସ୍କୃତି ଓ ଐତିହ୍ୟ ପରୀକ୍ଷା ଶେଷ ହେବ। ସମସ୍ତ ପରୀକ୍ଷା ଶେଷ ହେବା ପରେ ୨୧ ତାରିଖରୁ ମୂଲ୍ୟାୟନ ଆରମ୍ଭ ହୋଇ ୨୩ ତାରିଖରେ ଶେଷ ହେବ। ସମସ୍ତ ପରୀକ୍ଷା ଖାତା ୧୨ଟି ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିଲା ପରେ ପରୀକ୍ଷାକଙ୍କୁ ଏହିସବୁ କେନ୍ଦ୍ରକୁ ପଠାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।

Comments are closed.