Odisha Link
Bridging the Missing Links in Odisha

ଆସନ୍ତାକାଲି ଅନୁଷ୍ଠିତ ହେବ ‘ଦୂରଦର୍ଶୀ ସମ୍ମାନ-୨୦୧୯’

ଭୁବନେଶ୍ବର: ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅନନ୍ୟ ପ୍ରତିଭାଧାରୀ ବ୍ୟକ୍ତିଙ୍କୁ ମାସିକ ସାମ୍ବାଦକଭିତ୍ତିକ ପତ୍ରିକା ଦୂରଦର୍ଶୀ ପକ୍ଷରୁ ପ୍ରତିବର୍ଷ ସମ୍ମାନିତ କରାଇଥାଏ। ଆସନ୍ତାକାଲି ଦୂରଦର୍ଶୀ ପତ୍ରିକାର ୧୧ତମ ସ୍ବନକ୍ଷତ୍ର ଦିବସ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ସମ୍ମାନିତ ଅତିଥି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଏବଂ କିସ୍‌ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ପ୍ରମୁଖ ଯୋଗ ଦେବାର ରହିଛି। ଏନେଇ ଦୂରଦର୍ଶୀର ସମ୍ପାଦକ ଦୁର୍ଗା ସାମନ୍ତରାୟ କହିଛନ୍ତି। ଏଥି ସହିତ ଆସନ୍ତାକାଲି ଅନନ୍ୟ ପ୍ରତିଭାଧାରୀ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ ବୋଲି ଦୁର୍ଗା ସାମନ୍ତରାୟ କହିଛନ୍ତି। ଏହି ସମାରୋହ ଆସନ୍ତାକାଲି ସଂନ୍ଧ୍ୟା ୫.୩୦ ସମୟରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବ।

Comments are closed.