Odisha Link
Bridging the Missing Links in Odisha

ପାରାମେଡିକାଲ୍‌ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ପାରାମେଡିକାଲ୍‌ କର୍ମଚାରୀମାନେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି।
ସୂଚନା ଅନୁସାରେ, ଗତ ୨୬ ତାରିଖରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ତାଙ୍କ ସମ୍ପର୍କୀୟମାନେ ମେଡିକାଲରେ ଗଣ୍ଡଗୋଳ ଓ ଭଙ୍ଗାରୁଜା କରିଥିଲେ। ଏପରିକି ଆଇସିୟୁ ଭିତରେ ପଶି ପାରାମେଡିକାଲ୍‌ କର୍ମଚାରୀଙ୍କୁ ମାଡ଼ ମାରିବା ସହିତ ନର୍ସଙ୍କୁ ଦୁର୍ବ୍ୟବହାର କରିଥିଲେ। ଏନେଇ ମେଡିକାଲ କର୍ତ୍ତୃପକ୍ଷ ୬ଜଣଙ୍କ ନାଁରେ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିଥିଲେ।
ଅନ୍ୟପକ୍ଷରେ, ଏହି ଘଟଣାରେ ଗତ ୪ ତାରିଖରୁ ପାରା ମେଡିକାଲ୍ କର୍ମଚାରୀ ଓ ନର୍ସମାନେ ଅଭିଯୁକ୍ତଙ୍କୁ ଗିରଫ ଓ ମେଡିକାଲରେ ସୁରକ୍ଷା ଦାବିରେ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ କରି ଆସୁଥିଲେ।
ପୁଲିସ୍‌ କେବଳ ୨ଜଣଙ୍କୁ ଗିରଫ କରିଥିବାରୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସେମାନେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି।ମେଡିକାଲ୍ ମୁଖ୍ୟ ଫାଟକ ସାମ୍ନାରେ ଧାରଣାରେ ବସିବା ସହ ନାରାବାଜି କରୁଛନ୍ତି। ଫଳରେ ଏହି ଆନ୍ଦୋଳନ ଯୋଗୁ ରୋଗୀସେବା ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ହସ୍ପିଟାଲ ଅଧିକାରୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଥିବା ସୂଚନା ମିଳିଛି।

Comments are closed.