Odisha Link
Bridging the Missing Links in Odisha

ଅଜଣା ଗାଡି ଧକ୍କାରେ ମୃତ୍ୟୁକୁ ନେଇ ଉତ୍ତେଜନା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଳକର ଷଢଙ୍ଗି ପିଙ୍ଗୁଆ ରାସ୍ତାର ଅଠେଇଶିମାଇଲି ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ସ୍ଥାନୀୟ ପିଙ୍ଗୁଆ ବ୍ରାହ୍ମଣସାହିର ଅକ୍ଷୟ ସାହୁ ବୋଲି ଜଣାପଡିଚି ।
ସୂଚନା ଅନୁସାରେ, ସେ ଚାଲି ଚାଲି ଯାଉଥିବା ବଳେ କୌଣସି ଗାଡି ତାଙ୍କୁ ଧକ୍କା ଦେଇ ପଳାଇଥିବା ଜଣାପଡିଛି । ଘଟଣାସ୍ଥଳରେ ହିଁ ତାଙ୍କର ମତ୍ୟୁ ଘଟିଛି । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଗ୍ରାମବାସୀ ଦୁର୍ଘଟଣାସ୍ଥଳରେ ଷଢଙ୍ଗି ପିଙ୍ଗୁଆ ରାସ୍ତାକୁ ଅବରୋଧ କରି ମୃତକ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି । ଫଳରେ ଏହି ରାସ୍ତା ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

Comments are closed.