ବାତ୍ୟା ପ୍ରଭାବିତ ରାଜ୍ୟ ପାଇଁ ସ୍ବତନ୍ତ୍ର ସୁବିଧା ଦାବି କଲେ ସସ୍ମିତ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ସ୍ପେଶାଲ ଫୋକସ୍ ଷ୍ଟାଟସ୍ ରାଜ୍ୟ କଥା ଉଠାଇଛନ୍ତି ବିଜେଡ଼ି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ପ୍ରାୟ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା, ଆନ୍ଧ୍ରପ୍ରଦେଶ ରାଜ୍ୟ ଭଳି ଦେଶରେ ଯେତିକି ରାଜ୍ୟ ଅଛି ସେହି ରାଜ୍ୟ ଗୁଡ଼ିକୁ ସ୍ପେଶାଲ ଫୋକସ୍ ଷ୍ଟାଟସରେ ସାମିଲ କରିବା ପାଇଁ ଦାବି କରିଛନ୍ତି ସସ୍ମିତ ପାତ୍ର। ସେ ସଂସଦରେ କହିଛନ୍ତି ଯେ, ଅନେକ ସମୟରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି। ବାତ୍ୟା ଦ୍ବାରା ଓଡ଼ିଶା ସମେତ ଅନେକ ରାଜ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ଫଳରେ ରାଜ୍ୟର ଅନେକ କ୍ଷତି ହେଉଛି। ତେବେ ସେ ସବୁକୁ ଦୃଷ୍ଟିରେ ରଖି ସହିତ ଓଡ଼ିଶା ସମେତ ବାତ୍ୟା ପ୍ରଭାବିତ ରାଜ୍ୟଗୂଡ଼ିକୁ ସ୍ପେଶାଲ ସ୍ପେଶାଲ ଫୋକସ୍ ଷ୍ଟାଟସରେ ସାମିଲ କରିବା ପାଇଁ ଦାବି କରିଛନ୍ତି। ନିକଟରେ ହୋଇଥିବା ଫନି ବାତ୍ୟାରେ ଓଡ଼ିଶାରେ ହୋଇଥିବା ବିପର୍ଯ୍ୟସ୍ତ ବିଷୟରେ କହିଥିଲେ। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପୁରୁଣା ଦାବିକୁ ପୁଣି ଥରେ ରାଜ୍ୟସଭାରେ ଦୋହରାଇଛନ୍ତି ସସ୍ମିତ। ସେ ତାଙ୍କ ମନ୍ତବ୍ୟରେ କେନ୍ଦ୍ର ସରକାର ଓଡ଼ିଶାକୁ ସ୍ପେଶାଲ କାଟାଗୋରୀ ରାଜ୍ୟର ମାନ୍ୟତା ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି ସସ୍ମିତ। ସସ୍ମିତଙ୍କ ମନ୍ତବ୍ୟରେ ଗୃହର ଅନ୍ୟ ସଦସ୍ୟ ମାନେ ସମର୍ଥନ କରିବାର ଦେଖିବାକୁ ମିଳିଥିଲା।