Odisha Link
Bridging the Missing Links in Odisha

ମହାରଥୀ-ପୂଜାରୀ କଥା କଟାକଟି : ବିଧାନସଭା

ଭୁବନେଶ୍ୱର : ବିଧାନସଭା ଗୃହରେ ଏବେ ଆଉ ଶାସକ ବିରୋଧୀ ମୁହାଁମୁହିଁ ହେଉ ନାହାଁନ୍ତି । ବରଂ ନିଜ ଦଳର ସଦସ୍ୟଙ୍କ ଦ୍ୱାରା ପଚରାଯାଉଥିବା ମନ୍ତ୍ରୀମାନଙ୍କ ଉପରେ ଭାରି ପଡ଼ୁଛି । ଗୃହ ଭିତରେ ପ୍ରଶ୍ନୋତ୍ତର କାଳ ଚାଲିଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଓ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପରସ୍ପର ଉପରେ ଦୋଷ ଲଦିଛନ୍ତି ।

ଆଜି ନିର୍ଦ୍ଧାରିତ ସମୟରେ ଗୃହ କାର୍ୟ୍ୟ ଆରମ୍ଭ ହୋଇଥିଲା । ପ୍ରଶ୍ନୋତ୍ତର କାଳରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗକୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖୁଥିଲେ । ଏହି ସମୟରେ ଶାସକ ଦଳର ସଦସ୍ୟ ପ୍ରଦୀପ ମହାରଥୀ ରାଜ୍ୟରେ କେତେ ଶୀତଳ ମହଜୁତ ଅଛି ଏବଂ ତୈଳ ଓ ଡାଲି ଜାତୀୟ ଶସ୍ୟ ପାଇଁ ଚୁକ୍ତି ହୋଇଛି କି ନାହିଁ ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନ ନିରଞ୍ଜନ ପୂଜାରୀଙ୍କୁ ହଜମ ହୋଇ ନ ଥିଲା । ସେ ମହାରଥୀଙ୍କ ଉପରକୁ ପରୋକ୍ଷରେ ଟାର୍ଗେଟ୍‌ କରି ଉତ୍ତର ରଖିଥିଲେ । ସେ କହିଥିଲେ ଯେ ଆପଣଙ୍କ ସମୟରେ ୧୨୮ଟି ଶୀତଳ ଭଣ୍ଡାରୁ ୮୦ଟି ବନ୍ଦ ହୋଇଯାଇଥିବାବେଳେ ୪୮ଟି କାର୍ୟ୍ୟ କରୁଛି । ଏହା ପରେ ପୁଣି ସେ କହିଥିଲେ ଯେ ଆପଣ ତ ସବୁ ଜାଣନ୍ତି । ଆପଣ ଚଷା ପୁଅ, କୃଷିରେ ଡକ୍ଟରେଟ୍‌ କରିଛନ୍ତି । ଶୀତଳ ଭଣ୍ଡାରକୁ ନେଇ ଯେଉଁ ପ୍ରଶ୍ନ କରିଛନ୍ତି ସେ ବିଭାଗରେ ସେ ନିଜେ ଥିଲେ ବୋଲୀ ନିରଞ୍ଜନ ପୂଜାରୀ କହିଛନ୍ତି ।

Comments are closed.