Odisha Link
Bridging the Missing Links in Odisha

ଭାରତର ବଡ଼ ବିଜୟ, କୁଳଭୂଷଣଙ୍କୁ ହେବନି ଫାଶୀ

ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ କୁଳଭୂଷଣ ଯାଦବ ମାମଲାରେ ଭାରତର ବିଜୟ ହୋଇଛି। ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଆଜି ଭାରତ ସପକ୍ଷରେ ରାୟ ଦେଇଛନ୍ତି। ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ନାମରେ ଗୁଇନ୍ଦାଗିରି ଏବଂ ଆତଙ୍କବାଦ ଆଦି ଅଭିଯୋଗ ଆଣି ପାକିସ୍ତାନୀ ସାମରିକ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ହେଁ ଆଇସିଜେ ଆଜି ଏଥିରେ ରୋକ୍‌ ଲଗାଇଛନ୍ତି। ଆଜି ଆଇସିଜେର ମୋଟ ୧୬ ଜଣ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ଭୋଟ୍‌ ଦେଇଥିଲେ। ଏତଦ୍‌ବ୍ୟତୀତ ବର୍ତ୍ତମାନ ଭାରତ କୁଳଭୂଷଣଙ୍କ ପାଇଁ ଆଇନଗତ ଲଢ଼େଇ ମଧ୍ୟ ଲଢ଼ିପାରିବ ବୋଲି କୋର୍ଟ କହିଛନ୍ତି। ହେଗ୍‌ଠାରେ ଥିବା ଜାତିସଂଘ କୋର୍ଟଠାରେ ଏହି ରାୟ ଶୁଣାଣି କରାଯାଇଥିଲା।

କୁଲଭୂଷଣ ମାମଲାରେ ଆର୍ମି କୋର୍ଟ ଅନ୍ତରାଷ୍ଟ୍ରୀୟ କାନୁନ ଓ ସନ୍ଧିର ଖୋଲାଖୋଲି ଉଲ୍ଲଙ୍ଘନ କରିଛି। ଭିଏନା ସନ୍ଧିର ଉଲ୍ଲଙ୍ଘନ କରି ପାକ୍ ଆର୍ମି କୋଟ୍ ଯାଧବଙ୍କୁ କେବଳ ନ୍ୟାୟିକ ସାହାଯ୍ୟ ପାଇବାରୁ ଦୂରରେ ରଖିନାହିଁ ବରଂ ମା ଏବଂ ପତ୍ନୀଙ୍କୁ ମଧ୍ୟ ସିଧାସଳଖ ଭେଟିବାକୁ ଦେଇ ନାହିଁ। ଦୁଇ ବର୍ଷ ଦୁଇ ମାସ ପର୍ୟ୍ୟାନ୍ତ ଆଇସିଜେର ୧୫ ଜଣିଆ ପୀଠ ଶୁଣାଣି ସମୟରେ ଭାରତ ପାକିସ୍ତାନର ହୀନ ଉଦ୍ଦେଶ୍ୟକୁ ପୂରା ଦୁନିଆ ସାମ୍ନାରେ ରଖିଥିଲା। ପାକିସ୍ତାନ ଦାବି କରିଥିଲା ଯେ, କୁଲଭୂଷଣ ଯାଧବଙ୍କୁ ପାକିସ୍ତାନୀ ସୁରକ୍ଷା ବଳ ୨୦୧୬ ମାର୍ଚ୍ଚ ୩ରେ ଗୁପ୍ତଚର ଏବଂ ଆତଙ୍କବାଦୀ ଆରୋପରେ ବଲୁଚିସ୍ତାନରୁ ଗିରଫ କରିଛି। ଏହା ପରେ ଯାଧବଙ୍କୁ ମୃତ୍ୟୁ ସଜା ଶୁଣାଯାଇଥିଲା। ୨୦୧୫ ମାର୍ଚ୍ଚ ୨୫ରେ ଭାରତକୁ ଯାଧବଙ୍କ ଗିରଫଦାରୀ ବିଷୟରେ ସୂଚନା ମିଳିଥିଲା। ଏହି ମାମଲାରେ ଭାରତ ୨୦୧୭ରେ ଆଇସିଜେର ଦ୍ଵାରସ୍ଥ ହୋଇଥିଲା। ଭାରତ ଆଇସିଜେ ସାମ୍ନାରେ ଦୁଇଟି ଅପିଲ ରଖିଥିଲା। ପ୍ରଥମତଃ, କୁଲଭୂଷଣ ଯାଦବଙ୍କ ମୃତ୍ୟୁ ସଜାକୁ ରଦ୍ଦ କରାଯାଉ କାରଣ ପାକିସ୍ତାନ ଏହି ମାମଲାରେ ଭିଏନା ସନ୍ଧିର ଉଲ୍ଲଙ୍ଘନ କରିଛି। ଦ୍ଵିତୀୟତଃ ପାକିସ୍ତାନ ମିଲିଟାରୀ କୋର୍ଟର ନିଷ୍ପତ୍ତିକୁ ତୁରନ୍ତ ପ୍ରଭାବରୁ ଖାରଜ କରାଯାଉ। କାରଣ ନ୍ୟାୟଶାସ୍ତ୍ରର ଅନ୍ତରାଷ୍ଟ୍ରୀୟ କାନୁନ ଆଧାରରେ ଏମିତି ଅଦାଲତରେ କୌଣସି କାନୁନ ଆଧାର ନଥାଏ।

ଏବେ ପୁଣି ଥରେ ଏହି ମାମଲାର ଶୁଣାଣି ପାକିସ୍ତାନ କୋର୍ଟରେ ହେବ। ଆଇସିଜେର ନିର୍ଦ୍ଦଶ ଅଛିକି ପାକିସ୍ତନା ଏହି ମାମଲାକୁ ପଣିଥରେ ରିଭ୍ୟୁ କରୁ ବୋଲି।

Comments are closed.