Odisha Link
Bridging the Missing Links in Odisha

ଏନ୍‌ସି କଲେଜ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଯାଜପୁର : ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ଗୁରୁବାର ଛାତ୍ର ଅଶାନ୍ତି ଦେଖାଦେଇଛି। ଅତିଥି ଅଧ୍ୟାପକ ପ୍ରଦୀପ ବେହୁରିଆଙ୍କୁ ବହିଷ୍କାର କରିବା ଦାବିରେ ଛାତ୍ରଛାତ୍ରୀମାନେ ଗେଟରେ ତାଲା ପକାଇଛନ୍ତି।
ସୂଚନା ଅନୁସାରେ, ୨ ବର୍ଷ ତଳେ ପ୍ରଦୀପ ଏହି କଲେଜରେ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ କଲେଜର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକମାନଙ୍କୁ ସେ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ। ତେଣୁ ତାଙ୍କୁ କଲେଜରୁ ଅତିଥି ଅଧ୍ୟାପକ ପଦରୁ ବହିଷ୍କାର କରାଯାଇଥିଲା। ଚଳିତ ନିର୍ବାଚନରେ ସେ ସ୍ୱାଧିନ ପ୍ରାର୍ଥୀ ଭାବେ ଯାଜପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା ମଧ୍ୟ କରିଥିଲେ। ତେଣୁ କିଭଳି ଅଧ୍ୟକ୍ଷ ତାଙ୍କୁ ପୂର୍ନବାର ନିଯୁକ୍ତି ଦେଲେ ତାକୁ ନେଇ ଛାତ୍ରଛାତ୍ରୀ ପ୍ରଶ୍ନ ଉଠାଇଛନ୍ତି। ତେବେ ଯଥାଶୀଘ୍ର ତାଙ୍କୁ ବହିଷ୍କାର କରାନଗଲେ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ଚେତାବନି ଦେଇଛନ୍ତି। ଅପର ପକ୍ଷରେ କଲେଜ କମିଟି ସହ ଆଲୋଚନା କରାଯାଇ ଖୁବଶୀଘ୍ର କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଅଧ୍ୟକ୍ଷ କହିଛନ୍ତି।

Comments are closed.