Odisha Link
Bridging the Missing Links in Odisha

ଭୋଟ ସମୟରେ ସିସିଟିଭି ଲାଗାଇବାକୁ ଦାବି କଲେ ବିଜେପି ଓ ବିଜେଡ଼ି

କେନ୍ଦ୍ରାପଡ଼ା : ପାଟକୁରା ନିର୍ବାଚନକୁ ମଝିରେ ରହିଲା ମାତ୍ର ଗୋଟିଏ ଦିନ। ଏହାରି ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେପି ଓ ବିଜେଡ଼ି ଦଳ । ପାଟକୁରା ଭୋଟ ସମୟରେ ବୁଥରେ ସିସିଟିଭି ଲଗାଇବାକୁ ବିଜେପି ଦାବି କରିଛି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥରେ ସିସିଟିଭି ଲାଗାଇବାକୁ ଦାବି କରିଛନ୍ତି । ପାଟକୁରାରେ ୮୦ଟି ସମ୍ବେଦନଶୀଳ ଓ ୬୦ଟି ଅତି ସମ୍ବେଦନଶୀଳ ବୁଥ ରହିଛି। ଅନ୍ୟପଟେ ପାଟକୁରାରେ ୨୬୨ ଓ ୨୬୩ ନମ୍ବର ବୁଥରେ ସିସିଟିଭି ଲାଗାଯାଉ ବୋଲି ଦାବି କରିଛି ବିଜେଡ଼ି। ଏହି ୨ଟି ବୁଥରେ ଅଧିକ ଫୋର୍ସ ମୁତୟନ ପାଇଁ ମଧ୍ୟ ବିଜେଡ଼ି ଦାବି କରିଛି ।

Comments are closed.