Odisha Link
Bridging the Missing Links in Odisha

ବୁଢା ଦେଖାଯାଉଥିବା ଫେସ୍‌ ଆପ୍‌ ବ୍ୟବହାର କରୁଛନ୍ତି, ତାର ନିୟମାବଳୀ କଣ ଜାଣିଛନ୍ତି କି?

ନୂଆଦିଲ୍ଲୀ: ଫେସ୍‌ ଆପ୍‌। ଏମିତି ଏକ ଆପ୍‌ ଯାହା ଏବେ ସୋଶିଆଲ ମିଡ଼ିଆରେ ଟ୍ରେଣ୍ଡିଙ୍ଗ୍‌ କରୁଛି। ପିଲାଠୁ ବୁଢା ଯାଏଁ ଏହି ଆପ ବ୍ୟବହାର କରୁଛନ୍ତି। ସୋଶିଆଲ ମିଡ଼ିଆରେ ଚହଳ କରିଛି ଏହି ଆପ୍। ତାହାଲେ ଜାଣନ୍ତୁ ଫେସ୍‌ ଆପ୍‌ କଣ।

ଫେସ୍‌ ଆପ୍:
ଏହା ଏପରି ଏକ ଆପ୍‌ ଯେଉଁ ଆପରେ ଲୋକମାନେ ନିଜକୁ ବୁଢା ବେଶରେ ଦେଖି ଖୁସି ହେଉଛନ୍ତି। ଯେଉଁ ଅଭିନେତା ମନ୍ଦିର ଯିବାକୁ ହେଲେ ବିନା ମେକଅପରେ ଯାଆନ୍ତି ନାହିଁ ସେମାନେ ଆଜି ସୋଶିଆଲ ମିଡ଼ିଆରେ ବୁଢା ଛବି ଛାଡ଼ିବାକୁ ବ୍ୟାକୁଳ ହେଉଛନ୍ତି। କାହିଁକିନା ଫେସ୍‌ ଆପ ଏବେ  ସୋଶିଆଲ ମଡ଼ିଆରେ ଟ୍ରେଣ୍ଡିଙ୍ଗ ହେବାରେ ଲାଗିଛି। ଆଉ ଏ ଟ୍ରେଣ୍ଡିଙ୍ଗରେ କିଏ ବା କାଇଁ ନରହିବେ। ଏଥିରୁ ପ୍ରମାଣିତ ଯେ  ବୁଢା ଦୃଶ୍ୟ ସୋଶିଆଲ ମିଡ଼ିଆରେ ଛାଡ଼ିବା ଏକ ରୋଗ ପରି ବ୍ୟାପି ଯାଇଛି।

ଫେସ୍‌ ଆପକୁ ନେଇ ଅନେକ ପ୍ରଶ୍ନ:
ବର୍ତ୍ତମାନ ସୋଶିଆଲ ମିଡ଼ିଆର ଟ୍ରେଣିଙ୍ଗ୍‌ ଆପ୍‌ ହେଉଛି ଫେସ୍‌ ଆପ୍। ଏହି ଆପକୁ ନେଇ ସୋଶିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ଏଥିସହ ଏହି ଆପକୁ ନେଇ ଅନେକ ପ୍ରଶ୍ନ ଉଠିଛି ମଧ୍ୟ।
ଆପ୍‌ ବ୍ୟବହାର କାରୀଙ୍କ ପ୍ରାଇଭେସି, ଡାଟା ସୁରକ୍ଷିତ ରହୁଛି କି? ଆପଣଙ୍କ ତଥ୍ୟ ଚୋରି ହେବାର ପ୍ରଶ୍ନ ଉଠୁଛି। ଏଭଳି ନାନା ପ୍ରକାର ପ୍ରଶ୍ନ ଉପଭୋକ୍ତାଙ୍କ ମନରେ ଉଙ୍କି ମାରୁଛି । କାହିଁକିନା ଆଜିକାଲି ସମସ୍ତଙ୍କ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମୋବାଇଲରେ ହିଁ ରହୁଛି। ତେଣୁ ଏହି ଆପ୍‌ କେତେ ଭରସାଯୋଗ୍ୟ ବୋଲି ସାଧାରଣ ମହଲରେ ଚର୍ଚ୍ଚା ହେଉଛି।

ନୀତି ନିୟମ କଣ:
ନୀତି ନିୟମ ପଢେ କିଏ? ଡାଉନଲୋଡ କରିବା ପୂର୍ବରୁ ଆପଲିକେଶନର ନାମ ଦେଖି ଡାଉନଲୋଡରେ ବସାଇଦେଇଥାନ୍ତି ଲୋକେ। କେବେ ହେଲେ ଆପଲିକେଶନର ନୀତି ନିୟମ ଜାଣିବାକୁ କେହି କେବେ ଇଚ୍ଛା ପ୍ରକାଶ କରି ନଥାନ୍ତି। ଯାହାଫଳରେ ଭବିଷ୍ୟତରେ କୌଣସି ପ୍ରକାର ଅଘଟଣ ଘଟିଲେ ଆପଣ କିଛି କରି ପାରିବେ ନାହିଁ। କାହିଁକକିନା ପୂର୍ବରୁ ଆପଲିକେସନ୍‌ ଡାଉନଲୋଡ ସମୟରେ ଆପଣ ନୀୟମାବଳୀ ନଜାଣି ଡାଊନଲୋଡ କରିଥାନ୍ତି। ଯାହାଫଳରେ ଆପଣ ନିଜେହିଁ ହାୟୀ ହୋଇଥାନ୍ତି। ତେଣୁ କୌଣସି ଆପଲିକେଶନ ଡାଉନଲୋଡ ପୂର୍ବରୁ ଭଲ ଭାବେ ଆପଲିକେଶନର ନୀତି ନିୟମ ପଢିବା ଉଚିତ୍।

ଏହି ଫେସ୍‌ ଆପର ମଧ୍ୟ କିଛି ନୀତି ନିୟମ ରହିଛି। ଯାହାକି ନିମ୍ନରେ ପ୍ରଦର୍ଶିତ କରାଯାଇଛି। ମାର୍କ ହୋଇଥିବା ଲାଇନ ଉପରେ ନଜର ପକାନ୍ତୁ। ଯାହାକକୁ ନେଇ ଚର୍ଚ୍ଚା ବେଶ୍‌ ହେଉଛି। ଏଥିରେ ଲେଖାଥିବା ଟ୍ରାନସଫରେବୁଲ, ସବ୍‌ ଲାଇସେନ୍ସବୁଲ ଶବ୍ଦର ବ୍ୟବହାରକୁ ନେଇ ଚର୍ଚ୍ଚା ହେଉଛି। ପ୍ରଥମେ ଏହି ଆପ୍‌ ଆପଣଙ୍କୁ ସବୁ ପ୍ରକାର ପରିମିଶନ ଦେଲା ପରେ କୁହାଗଲାକି ଏହା ଟ୍ରାନସଫରେବୁଲ ଅଟେ। ଏବଂ ଆପଣଙ୍କୁ ଲାଇସେନ୍ସ ବଦଳରେ ସବ୍‌ ଲାଇସେନ୍ସ ପ୍ରଦାନ କରିଥାଏ ଏହି ଆପ୍। ଏଭଳି ସମୟରେ ଫେସ୍‌ ଆପ କମ୍ପାନୀ ପକ୍ଷରୁ ଉତ୍ତର ରଖାଯାଇଛି।

କମ୍ପାନୀର ରେକର୍ଡ଼ ଠିକ୍‌ ନାହିଁ:
ଏହି ଫେସ୍‌ ଆପ୍‌ କମ୍ପାନୀ ଋଷ ଦେଶର ସେଣ୍ଟ ପିଟର୍ସବର୍ଗର। ଓ୍ବୟାରଲେସ୍‌ ଲ୍ୟାବ ନାମକ ଏକ କମ୍ପାନୀ ଅଟେ। ଏବଂ ଏହି ଆପ୍‌ ଆଜି କାଲିର ନୁହେଁ ବିଗତ ୨ବର୍ଷର ପୂରୂଣା ଆପ୍। ଏହି ଆପ୍‌ ପ୍ରଥମେ ସୋଶିଆଲ ମିଡ଼ିଆରେ ଯେଉଁ ଆସିଥିଲା। ସେହି ସମୟରେ ଏହି ଆପରେ ଫଟୋକୁ ହଟ୍‌ କରିବା ପାଇଁ ଅପସନ ଆସୁଥିଲା। ଏହା ଫଳରେ ଆପଣଙ୍କ ଫୋଟର ରଙ୍ଗ ବଦଳାଇ ଦେଉଥିଲା ଏହି ଆପ୍। ଏହି ଅପସନ ପାଇଁ କମ୍ପାନୀ ଉପରେ ରଙ୍ଗ ଭେଦ ଭାବ କରିବାର ଅଭିଯୋଗ ହୋଇଥିଲା। ଯେଉଥିପାଇଁ କମ୍ପାନୀ ଭୁଲ ମାଗିଥିଲା।

ତେବେ ଶେଷରେ ଏତିକି କହିବୁ କି ବୁଢା ବନନ୍ତୁ କିନ୍ତୁ ନିଜ ଯୌବନ ନଷ୍ଟ ନକରନ୍ତୁ। କାହିଁକିନା ଏକ ଦାର୍ଶନିକକ କକହିଥିଲେ କି ‘ନିଜ ଜନିଷର ସୁରକ୍ଷା ନିଜେ ରଖିବାକୁ ପଡ଼ିଥାଏ।’

Comments are closed.