Odisha Link
Bridging the Missing Links in Odisha

ଆସନ୍ତା ୨୫ରୁ ଝାରସୁଗୁଡା ବିମାନ ବନ୍ଦରରୁ ବନ୍ଦ ହେବ ସ୍ପାଇସ୍‌ ଜେଟ୍‌ର ଉଡାଣ

ଝାରସୁଗୁଡା : ଆସନ୍ତା ୨୫ରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସ ଜେଟ୍ ପକ୍ଷରୁ ଉଡାଣ ଯୋଜନାରେ ଚାଲୁଥିବା ନୂଆଦିଲ୍ଲୀକୁ ବିମାନ ଉଡାଣ ବନ୍ଦ ହେବ । ଏ ନେଇ ସ୍ପାଇସ୍ ଜେଟ୍ କମ୍ପାନୀ ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ଝାରସୁଗୁଡା ବିମାନବନ୍ଦରରେ ପାଗ ଖରାପ ସମୟରେ ଦିଗ ନିର୍ଣ୍ଣାୟକ ଯନ୍ତ୍ର, ଲଗାଯାଇ ନଥିବାରୁ ମାସକ ମଧ୍ୟରେ ଅଧିକାଂଶ ଦିନ ବିମାନ ଉଡାନକୁ ବାତିଲ କରିବାକୁ ପଡ଼ୁଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ତ୍ରୁଟିରୁ ସ୍ପାଇସ୍ ଜେଟ୍ କମ୍ପାନୀ ପ୍ରତି ଯାତ୍ରୀ ଆସ୍ଥା ହରାଉଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି ।ଫଳରେ ଆସନ୍ତା ୨୫ ରୁ ପ୍ରଥମେ ନୂଆଦିଲ୍ଲୀକୁ ବିମାନ ଉଡାଣ ବନ୍ଦ କରାଯିବ । ପରେ ହାଇଦ୍ରାବାଦ ଓ କୋଲକାତାକୁ ବିମାନ ସେବା ବନ୍ଦ ନେଇ ପରବର୍ତ୍ତି ସମୟରେ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି । ଏ ସଂକ୍ରାନ୍ତରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା ନଥିବା କୁହାଯାଇଛି ।

Comments are closed.