Odisha Link
Bridging the Missing Links in Odisha

ପରଲୋକରେ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କର ପରଲୋକ। ସେ ୮୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସେ ୩ ଥର ବା ସବୁଠାରୁ ଅଧିକ ସମୟ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଛନ୍ତି। ଏତଦ୍‌ବ୍ୟତୀତ ୨୦୧୪ ମସିହାରେ ସେ କେରଳର ରାଜ୍ୟପାଳ ଦାୟିତ୍ୱ ମଧ୍ୟ ତୁଲାଇଥିଲେ।

୧୯୩୮ ମସିହା ୩୧ ମାର୍ଚ୍ଚରେ ପଞ୍ଜାବର କୁରତାଲାଠାରେ ଜନ୍ମିତ ଶୀଲା କନ୍ନୌଜରୁ ଲୋକସଭା ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ୨୦୧୭ ମସିହାରେ ତାଙ୍କୁ କଂଗ୍ରେସ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବାଛିଥିଲେ ମଧ୍ୟ ସେ ଏଥିରୁ ଓହରିଯାଇଥିଲା। ଜାତିସଂଘରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଶୀଲା କେନ୍ଦ୍ରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।

Comments are closed.