Odisha Link
Bridging the Missing Links in Odisha

ଡ୍ରେନ ଉପରେ ବସିଥିବାବେଳେ ମାଡ଼ିଗଲା ମିନିଟ୍ରକ

କେନ୍ଦୁଝର: ତେଲକୋଇ ନିକଟସ୍ଥ କତରାପାଲି ରାସ୍ତା କଡ଼ରେ ଥିବା ଡ୍ରେନ୍ ଉପରେ ବସିଥିବାବେଳେ ମିନି ଟ୍ରକ୍‌ ଚଢ଼ି ଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଖକନ କୁମାର ସାହୁ ହୋଇଥିବାବେଳେ ସେ ଏହି ଗାଁର ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଖକନ ରାସ୍ତା ପାର୍ଶ୍ୱ ଦେଇଯାଇଥିବା ଡ୍ରେନ ଉପରେ ବସିଥିଲେ। ତେବେ ଏହି ସମୟରେ ମିନିଟ୍ରକଟିଏ ଦ୍ରୁତ ଗତିରେ ଭାରସାମ୍ୟ ହରାଇ ଯୁବକଙ୍କ ଉପରେ ମାଡିଯାଇଥିଲା।
ଆହତ ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାର ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ତେଲକୋଇ-କାଞ୍ଜିପାଣି ରାସ୍ତା ଅବରୋଧ କରିଥିଲେ। ତେବେ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ ଯେ ଏହି ରାସ୍ତାରେ ହମ୍ପସ ନଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି। ତେଣୁ ତୁରନ୍ତ ହମ୍ପସଟିଏ ନିର୍ମାଣ କରିବା ପାଇଁ ସେମାନେ ଦାବି କରିଛନ୍।

Comments are closed.