Odisha Link
Bridging the Missing Links in Odisha

ପାଟକୁରା ଭୋଟ : ୧ଟା ସୁଦ୍ଧା ୪୨% ମତଦାନ

ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଜାରି ରହିଛି । ତେବେ ଗୋଟିଏ ସୁଦ୍ଧା ୪୨% ମତଦାନ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି । ସକାଳ ୯ଟା ସୁଦ୍ଧା ୧୨ % ମତଦାନ ହୋଇଥିବାବେଳେ ଦିନ ୧୧ଟା ସୁଦ୍ଧା ୨୬% ମତଦାନ ହୋଇଥିଲା ।

ପ୍ରକାଶ ଯେ, ପାଟକୁରା ନିର୍ବାଚନ ନେଇ ରାଜନୈତିକ ପାଣିପାଗ ପୁରା ସରଗରମ ହୋଇଛି । ସାରା ଓଡ଼ିଶାର ନଜର ଏବେ ପାଟକୁରା ଉପରେ କେନ୍ଦ୍ରୀଭୂତ ହୋଇଛି । ମୋଟ୍ ୧୦ ଜଣ ପ୍ରାର୍ଥୀ ଏହି ପାଟକୁରା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେଥି ମଧ୍ୟରୁ ୯ ଜଣ ପୁରୁଷ ଏବଂ ଜଣେ ମହିଳା ପ୍ରାର୍ଥୀ ରହିଛନ୍ତି । ଯେଉଁଠି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ସାବ୍ୟସ୍ତ କରିପାରିବେ ମତଦାତା । ପାଟକୁରାର ମୋଟ୍ ୨ଲକ୍ଷ ୪୭ ହଜାର ୭୪୭ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୧ଲକ୍ଷ ୨୭ ହଜାର ୪୩୧ ଜଣ ପୁରୁଷ, ୧ ଲକ୍ଷ ୭ ହଜାର ୩୦୬ ଜଣ ମହିଳା ଏବଂ ୧୦ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । କାଁ ଭାଁ କେତୋଟି ସ୍ଥାନକୁ ଛାଡ଼ିଦେଲେ ପ୍ରାୟ ସବୁ ସ୍ଥାନରେ ମତଦାନ ଶାନ୍ତି ଶୃଙ୍ଖଳାରେ ଚାଲିଥିବା ଜଣାପଡ଼ିଛି ।

Comments are closed.