ପାଟକୁରା ଭୋଟ : ୧୧ଟା ସୁଦ୍ଧା ୨୬% ମତଦାନ

ପାଟକୁରା : ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଚାଲିଛି। ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ମୋଟ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ୨ ଲକ୍ଷ ୪୪ ହଜାର ୭୪୭ ମତଦାତା ନିର୍ଦ୍ଧାରଣ କରୁଛନ୍ତି। ତେବେ ଦିନ ୧୧ଟା ସୁଦ୍ଧା ୨୬% ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁସାରେ, ସକାଳ ୯ଟା ସୁଦ୍ଧା ୧୨% ମତଦାନ ହୋଇଥିଲା। ପ୍ରଥମେ ସମସ୍ତ ୩୦୯ଟି ବୁଥରେ ମକପୋଲ ହେବା ପରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।