Odisha Link
Bridging the Missing Links in Odisha

ହଷ୍ଟେଲରେ ୧୦ ଲକ୍ଷ ଜନଜାତି ଛାତ୍ରୀ, ବର୍ଷକୁ ୨୦୦ ନିର୍ଯାତିତା!

ଭୁବନେଶ୍ବର: ବିଧାନସଭାରେ ଅନୁସୂଚିତ ଜନଜାତି ଛାତ୍ରୀନିବାସରେ ଅବ୍ୟବସ୍ଥା ଓ ଅସଦାଚରଣ ପ୍ରସଙ୍ଗ। ଏ ପ୍ରସଙ୍ଗକୁ ନେଇ ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ବିଜେପି ଓ କଂଗ୍ରେସ ବିଧାୟକ ଛାତ୍ରୀନିବାସ ସହିତ ଜଡିତ ସବୁ କେଳେଙ୍କାରୀର ପର୍ଦାଫାଶ କରିବା ସହିତ ବିଭାଗୀୟ ଉଦାସୀନତା ନେଇ ଅଭିେଯାଗ କରିଥିଲେ। ଅନ୍ୟପକ୍ଷରେ ସରକାର ବିଭିନ୍ନ ସମୟରେ ନେଇଥିବା ପଦକ୍ଷେପ ସଂପର୍କରେ ଶାସକ ଦଳ ବିଧାୟକ ଓ ମନ୍ତ୍ରୀ ଜଗନ୍ନାଥ ସାରକା ଗୃହରେ ତଥ୍ୟ ରଖି ବିରୋଧୀଙ୍କ ଅଭିେଯାଗ ଯେ ସତ ଉପରେ ଆଧାରିତ ନୁହେଁ, ଏକଥା ସୂଚାଇବାକୁ ଉଦ୍ୟମ କରିଥିଲେ।

ରାଜ୍ୟରେ ଅନୁସୂଚିତ ଜନଜାତି ବିଭାଗ ଦ୍ବାରା ପ୍ରତିଷ୍ଠିତ ଛାତ୍ରୀନିବାସ ମାନଙ୍କରେ ଅବ୍ୟବସ୍ଥା ଓ ଅସଦାଚରଣ ଶୀର୍ଷକରେ ମୁଲତବୀ ପ୍ରସ୍ତାବ ଆଗତ ହୋଇଥିଲା। ଆଲୋଚନା ଆରମ୍ଭ କରି ବିେରାଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ। କହିଥିଲେ, ମନ୍ତ୍ରୀ ଅଫିସରଙ୍କ କଥାକୁ ଶୁଆ ଭଳି ଉଚ୍ଚାରଣ ନ କରି ବାସ୍ତବ ତଥ୍ୟ ଅନୁସନ୍ଧାନ କରନ୍ତୁ। ସରକାରଙ୍କ ତଥ୍ୟ କହୁଛି, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ୧୬୭୦ଟି ବିଦ୍ୟାଳୟ ଓ ୬୫୦୦ ହଷ୍ଟେଲ ରହିଛି। ପାଖାପାଖି ୫.୯୩ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେଥିମଧ୍ୟରୁ ୩.୩୦ ଲକ୍ଷ ହେଉଛନ୍ତି ଛାତ୍ରୀ। ହେଲେ ସରକାରଙ୍କ ଏ ବ୍ୟବସ୍ଥା ନିରାଶା ସୃଷ୍ଟି କରେ। ମନ୍ତ୍ରୀ ନିେଜ ୧୩ଟି ଜିଲ୍ଲାର ୧୧୯ଟି ବ୍ଲକ ଗସ୍ତ କରନ୍ତୁ।

ଆଦିବାସୀ ପିଲାଙ୍କ ଡ୍ରପ୍ ଆଉଟ୍ ରେଟ୍ ଗତ ୧୦ ବର୍ଷ ଧରି କେତେ ରହିଛି ବୋଲି ପ୍ରଶ୍ନ କରିଥିଲେ, ଜନଜାତିର ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ ପାଇଁ କେତେ ଡାକ୍ତର ନିୟୋଜିତ ହୋଇଛନ୍ତି। ମନ୍ତ୍ରୀ, ସଚିବଙ୍କ ଠାରୁ ଆରମ୍ଭକରି ପଦାଧିକାରୀ କେତେ ଥର ପରିଦର୍ଶନ କରିଛନ୍ତି? ଅନୁସୂଚିତ ଜନଜାତିର ଛାତ୍ରୀମାନଙ୍କୁ ଅସଦାଚରଣ ସୀମା ଟପିଯାଇଛି। ଗତ ୫ ବର୍ଷରେ ପାଖାପାଖି ୨୦ଜଣ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ ଶିକ୍ଷକ, ଅନ୍ୟମାନଙ୍କୁ କର୍ମଚାରୀ ଓ ବାହାର ବ୍ୟକ୍ତି ଦୁଷ୍କର୍ମ କରିଛନ୍ତି। ୬ ଜଣ ନାବାଳିକା ମାତୃତ୍ବ ଲାଭ କରିଛନ୍ତି ବୋଲି ଖୋଦ ସରକାର ସ୍ବୀକାର କରିଛନ୍ତି। କେବଳ ସେତିକି ନୁେହଁ, ଗତ ଜାନୁଆରି ୧୨ ତାରିଖରେ କନ୍ଧମାଳ ଆଶ୍ରମ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିଲା। ଚଳିତବର୍ଷ ଆହୁରି ୩ଟି ଏମିତି ଘଟଣା ସାମ୍ନାକୁ ଆସିଛି।ଭୁବନେଶ୍ବର ପର୍ଯ୍ୟନ୍ତ ଏହି କଳଙ୍କିତ ପ୍ରସଙ୍ଗ ଆସିଲାଣି। ଏ ପ୍ରସଙ୍ଗର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଦରକାର।

ଶ୍ରୀ ମାଝୀ ଏସବୁ ବିଦ୍ୟାଳୟ ଓ ଛାତ୍ରାବାସର ଖାଦ୍ୟ ମାନ ନେଇ ଆପତ୍ତି ଉଠାଇବା ସହିତ କହିଥିଲେ, ୫ଲକ୍ଷ ୮୩ ହଜାର ପିଲାଙ୍କ ପାଇଁ ମାତ୍ର ୩ ହଜାର ମାଟ୍ରନ୍। ୬୫୦୦ ହଷ୍ଟେଲ, ୬ ପିଲାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମାତ୍ର ୩୩୬ ଏଏନ୍ଏମ୍। ସବୁ ଯଦି ଠିକ୍ ଅଛି, ତେବେ ପିଲା ରାତାରାତି ପାଚେରି ଡେଇଁ କାହିଁକି ଚାଲିଯାଉଛନ୍ତି? ମୁଲତବୀ ପ୍ରସ୍ତାବ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ସାରକା କହିଥିଲେ, ଛାତ୍ରୀନିବାସ ପାଇଁ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ଛାତ୍ରୀଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ୩୩୬ଟି ଏଏନ୍ଏମ୍ ପଦବି ସୃଷ୍ଟି କରାଯାଇଛି। ପାଞ୍ଚ ଛଅଟି ହଷ୍ଟେଲ ପାଇଁ ଜଣେ ଲେଖାଏଁ ଏଏନ୍ଏମ୍ ଦାୟିତ୍ବ ନେଇଛନ୍ତି। ଆଗକୁ ଏହି ସଂଖ୍ୟା ବଢିବ। ସମସ୍ତ ବିଦ୍ୟାଳୟ ଓ ହଷ୍ଟେଲ ପରିଦର୍ଶନ କରିବା ପାଇଁ ବ୍ଲକର ମଙ୍ଗଳ ସଂପ୍ରସାରଣ ଅଧିକାରଙ୍କୁ ନିେର୍ଦଶ ଦିଆଯାଇଛି। ସେହିଭଳି ଜିଲ୍ଲା ମଙ୍ଗଳ ଅଧିକାରୀ, ସହାୟକ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ବି ପରିଦର୍ଶନ କରିବାକୁ କୁହାଯାଇଛି।

Comments are closed.