ଆତ୍ମହତ୍ୟା କଲେ ଶିକ୍ଷକ

ଆସିକା : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ନୂଆବେଢ଼ା ପୋଖରୀ ନିକଟରେ ଥିବା ଏକ ଗଛରେ ଜଣେ ଶିକ୍ଷକ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ମୃତ ଶିକ୍ଷକଙ୍କ ନାଁ ମୋହନ ରାଓ। ସେ ଭେଟସିଙ୍ଗି ଗ୍ରାମସ୍ଥିତ ସରକାରୀ ବିଦ୍ୟାଳୟର ଶିକ୍ଷକ ଥିଲେ।
କରଜରେ ବୁଡ଼ି ରହି ଶିକ୍ଷକ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପୁଲିସ୍ ମୃହଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି। ତେବେ ପୁଲିସ୍ ଏବେ ଘଟଣାର ତଦନ୍ତ ଜାରି ରଖିଛି।