Odisha Link
Bridging the Missing Links in Odisha

ମଦ ବିକ୍ରିକୁ ପ୍ରୋତ୍ସାହନ ପୁରସ୍କାର ପ୍ରସଙ୍ଗରେ ସଫେଇ ରଖିଲେ ସରକାର : ବିଧାନସଭା

ଭୁବନେଶ୍ବର : ଆଜି ବିଧାନସଭରେ ମଦ ବିକ୍ରି ପାଇଁ ପୁରସ୍କାର ପ୍ରସଙ୍ଗ ଆଲୋଚନା ହୋଇଛି । ଏନେଇ ସଫେଇ ରଖିଛନ୍ତି ମନ୍ତ୍ରୀ । ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖି ଅବକାରୀ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ବିଧାନସଭାରେ କହିଛନ୍ତି ମଦ ବିକ୍ରିର ପ୍ରସାର ପାଇଁ ସରକାର ସେଭଳି କୌଣସି ନିଷ୍ପତି ନେଇ ନାହିନ୍ତି। ରାଜ୍ୟର ହିତ ପାଇଁ ସର୍ବଦା ଧ୍ୟାନ ରଖିଛନ୍ତି ରାଜ୍ୟ ସରକାର ବୋଲି ଯୁକ୍ତି ବାଢ଼ିଛନ୍ତି ନିରଞ୍ଜନ ପୂଜାରୀ ।
ବିଧାନସଭାରେ ମଦବିକ୍ରି ନେଇ ସରଗରମ ଆଲୋଚନା ହେଉଥିବାବେଳେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥିରେ ଅଂଶଗ୍ରହଣ କରିଥିଲେ । ସେ କହିଥିଲେ, ମହିଳାଙ୍କ ଆବେଗକୁ ଲକ୍ଷ୍ୟରେ ରଖି ଅବକାରୀ ନୀତି ମହିଳାଙ୍କ ସ୍ୱାର୍ଥ ଅନୁକୂଳ ହେବା ଦରକାର । ଏ ନେଇ ଏକ ନିରପେକ୍ଷ କମିଟି ଗଠନ କରି ଅବକାରୀ ନୀତି ସମ୍ପର୍କରେ ନିଷ୍ପତି ନେବାକୁ ସେ ପରାମର୍ଶ ଦେଇଥିଲେ । ଜବାବରେ ମନ୍ତ୍ରୀ କହିଥିଲେ, ଏ ନେଇ ବିଚାର କରାଯିବ ।
ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୨ ତାରିଖରେ ବିଧାନସଭା ଅବକାରୀ ଗୃହ କମିଟିର ନିଷ୍ପତିକୁ ନେଇ ବିବାଦ ବଢ଼ିଥିଲା । ମଦ ପାଇଁ ସରକାର ପ୍ରୋତ୍ସାହନ ଯୋଗାଇଦେବେ ଅର୍ଥାତ ଟାର୍ଗେଟ୍ ପୂରଣ କଲେ ପୁରସ୍କାର ମିଳିବ । ଏହି ନିଷ୍ପତି, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଗୋଟିଏ ପଟେ ମଦ ବନ୍ଦ ନେଇ ସରକାର ଜୋର ଦେଉଥିବା ବେଳେ ଟାର୍ଗେଟ୍ ପୂରଣ କଲେ ପୁରସ୍କାର ମିଳିବା ନିଷ୍ପତିକୁ ସହଜରେ ଗ୍ରହଣ କରାଯାଉ ନାହିଁ । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ମଦ ଏବଂ ମଦ ବ୍ୟବସାୟ କଥା ଆସିଲେ ସାଧାରଣତଃ ଦୁଇଟି ପ୍ରସଙ୍ଗ ଆପେ ଆପେ ମନକୁ ଚାଲି ଆସେ । ପ୍ରଥମଟି ହେଉଛି ରାଜସ୍ୱ, ଯାହା ମଦ ବ୍ୟବସାୟରୁ ଆସିଥାଏ । ଏବଂ ଦ୍ୱିତୀୟ ପ୍ରସଙ୍ଗଟି ହେଉଛି-ମଦ ଯୋଗୁଁ ସୃଷ୍ଟି ହେଉଥିବା ସମାଜିକ ବ୍ୟାଧି । ହୁଏତ, ଏଭଳି ଗୋଟିଏ ଦିନ ନାହିଁ, ଯେଉଁଦିନ ମଦ ଯୋଗୁଁ କୌଣସି ଅଘଟଣ ଘଟୁନଥିବ । ମଦ୍ୟପାନ କାରଣରୁ ସଡ଼କ ଦୁର୍ଘଟଣା, ଲୁଟ୍-ରାହାଜାନି ଭଳି ଅପରାଧ, ଘରୋଇ ହିଂସା ଓ ହତ୍ୟା ଭଳି ଅପରାଧ ନିୟମିତ ବ୍ୟବଧାନରେ ଦେଖିବାକୁ ମିଳୁଛି । ତେବେ ସରକାର ଦେଇଥିବା ‘ମଦ’ ସଫେଇକୁ କେତେ ମାତ୍ରାରେ ଗ୍ରହଣ କରିପାରୁଛନ୍ତି ଜନତା ଆଉ କେତେ ସୁଫଳ ମିଳୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Comments are closed.