Odisha Link
Bridging the Missing Links in Odisha

ସଚିନ ତେନ୍ଦୁଲକର ଏବଂ ହିମା ଦାସଙ୍କ କଥାବାର୍ତ୍ତା ସମସ୍ତଙ୍କ ହୃଦୟ ଜିଣିବ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଆଥଲେଟ୍‌ ହିମା ଦାସ ଏବେ ଖୁବ୍‌ ଚର୍ଚ୍ଚାରେ। କାରଣ ଇଉରୋପରେ ଆୟୋଜିତ ହେଉଥିବା କ୍ରୀଡ଼ାରେ ୫ଟି ସ୍ବର୍ଣ୍ଣ ପଦକ ଜିତି ସମସ୍ତ ଭାରତୀୟଙ୍କ ମନରେ ଘର କରିଛନ୍ତି ସୁନା ଝିଅ ହିମା ଦାସ। ଏଥିପାଇଁ ହିମାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। କ୍ରିକେଟର କିମ୍ବଦନ୍ତୀ ଖେଳାଳି ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ସଚିନ ତେନ୍ଦୁଲକର ହିମାଙ୍କ ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହିତ ୧୯ ଦିନର ଯାତ୍ରାରେ ୫ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବାରୁ ସାରା ଦେଶ ତମ ପାଇଁ ଗର୍ବିତ ବୋଲି ଟୁଇଟରେ ଲେଖିଛନ୍ତି ସଚ୍ଚିନ ତେନ୍ଦୁଲକର।

ଆପଣ ହଲ ଅଫ୍‌ ଫେମରେ ସ୍ଥାନ ପାଇଥିବାରୁ ମୁଁ ବହୁତ ଖୁସି ଏବଂ ଶୁଭେଚ୍ଛା ଜଣାଉଛି ବୋଲି ଟୁଇଟର ଯୋଗେ କହିଛନ୍ତି ହିମା ଦାସ। ଏଥିସହିତ ହିମାଙ୍କ ଟୁଇଟର ଉତ୍ତର ଦେଇ ସଚିନ ଖୁବଶୀଘ୍ର ସାକ୍ଷାତ କରିବା କଥା କହିଛନ୍ତି। ଏହାର ଉତ୍ତର ଦେଇ ହିମା କହିଛନ୍ତି ଯେ, ନିଶ୍ଚୟ ସାର, ମୁଁ ଭାରତ ଫେରିଲେ ଆପଣଙ୍କୁ ଦେଖା କରିବି ଏବଂ ଆପଣଙ୍କ ଆର୍ଶୀବାଦ ନେବା ପାଇଁ ନିଶ୍ଚିନ୍ତ ଯିବି।

ଏତଦ୍‌ବ୍ୟତୀତ ହିମାଙ୍କ ସଫଳତା ପାଇଁ ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ, ମହମ୍ମଦ କୈଫ ଓ ଗୌତମ ଗମ୍ଭୀର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.