Odisha Link
Bridging the Missing Links in Odisha

ବେଆଇନ ଗୋରୁ ଚାଲାଣ ଉପରେ ଏସଟିଏଫର ଚଢ଼ାଉ

କଟକ : ଗୋରୁ ବୋଝେଇ କଣ୍ଟେନର ସହ ଗୋଟିଏ ବୋଲେରୋ ଓ ସ୍କୋର୍ପିଓ ଗାଡିକୁ ଜବତ କରିଛି ଏସଟିଏଫ। ଏଥିସହ ନଅ ଜଣଙ୍କୁ ଗିରଫ କରିଛି ।ଗତକାଲି ଅନୁଗୁଳ ଓ ନରସିଂହପୁର ଅଞ୍ଚଳରେ ଗୋରୁ ବୋଝେଇ କରି କଣ୍ଟେନର କଲିକତା ଅଭିମୁଖେ ଚୌଦ୍ବାର ଦେଇ ଯାଉଥିବାର ଖବର ପାଇ କମିଶନରେଟ ପୋଲିସର ଏସଟିଏଫ ଟିମ ଜାତୀୟ ରାଜପଥ-୫୫ର ଧୂମାବତୀ ଛକ ନିକଟରେ ଛକି ରହିଥିଲେ।ବିଳମ୍ବିତ ରାତିରେ କଣ୍ଟେନରଟି ଆସିଥିଲା।
ଏସଟିଏଫ ତାକୁ ଅଟକାଇବା ସହ ଏହାକୁ ପେଟ୍ରୋଲିଂ କରି ନେଉଥିବା ବୋଲେରୋ ଓ ସ୍କୋର୍ପିଓ ଅଟକାଇଥିଲେ।କଣ୍ଟେନର ଡ୍ରାଇଭର ସହ ନଅ ଜଣକୁ ଗିରଫ କରିଥିଲେ।କଣ୍ଟେନରରେ ଥିବା ଶତାଧିକ ଗାଇଙ୍କୁ ମଙ୍ଗରାଜପୁରରେ ଥିବା ଗୋଶାଳାରେ ଛଡ଼ାଯାଇଥିଲା।ଗୋରୁ ଗୁଡିକ ଅତି ଦୟନୀୟ ଅବସ୍ଥାରେ ଚାଲାଣ ହେଉଥିବାରୁ ଶ୍ବାସ ରୁଦ୍ଧ ହୋଇ ଅନେକ ଗାଈ ମରି ଯାଇଥିଲେ ।

Comments are closed.