ଓୟୁଏଟି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ସମ୍ବଲପୁର: ଶତ ପ୍ରତିଶତ ନିଯୁକ୍ତି ଦାବିରେ ସମ୍ବଲପୁର ଚିପିଲିମାର ଓୟୁଏଟି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଉହ୍ଲାଇଛନ୍ତି। ଚାକିରି ଦାବି କରି ଓୟୁଏଟିର ଉଦ୍ୟାନକୃଷି ବିଭାଗର ଛାତ୍ରଛାତ୍ରୀ ତଥା ବିଭାଗର ପୁରାତନ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି।
ଉଦ୍ୟାନ କୃଷି ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସହକାରୀ ଉଦ୍ୟାନ କୃଷି ଅଧିକାରୀ ବା ଆସିଷ୍ଟାଣ୍ଟ ହର୍ଟିକଲ୍ଚର୍ ଅଫିସର ପଦବି ପାଇଁ ଏଗ୍ରିକଲ୍ଚର୍ ବିଭାଗର ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଉଛି। ଯାହାର କଡ଼ା ବିରୋଧ କରିଛନ୍ତି ହର୍ଟିକଲ୍ଚର୍ ବିଭାଗର ଛାତ୍ରଛାତ୍ରୀ। ଉକ୍ତ ବିଭାଗରେ ପାଠ ପଢ଼ି ମଧ୍ୟ ସେମାନଙ୍କୁ ଚାକିରି ନମିଳିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରଖିବାକୁ ସେମାନେ ଚେତାବନୀ ଦେଇଛନ୍ତି।
Comments are closed.