ଢେଙ୍କାନାଳ ପୁଲିସ୍କୁ ବଡ଼ ସଫଳତା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଳା ସିରିଜ ଲୁଟ୍ ଘଟଣାରେ ଢେଙ୍କାନାଳ ପୁଲିସକୁ ମିଳିଛି ବଡ଼ ସଫଳତା। ୭ଜଣିଆ ଦୃଦାନ୍ତ ଲୁଟେରା ଗ୍ୟାଙ୍ଗ କୁ ଧରିଛି ଢେଙ୍କାନାଳ ପୁଲିସ୍। ଅଭିଯୁକ୍ତମାନଙ୍କ ଠାରୁ ୭ଟି ବାଇକ୍, ୪ଟି ମୋବାଇଲ, ୩ଟି ଲାପଟପ୍ ଓ ୩ଟି ବାୟୋମେଟ୍ରିକ ଡିଭାଇସ୍ ସହ ଭୁଜାଲି, ଖଣ୍ଡା ଓ ଲୁହାରଡ ଜବତ କରାଯାଇଛି। ସାମ୍ବାଦିକ ସମ୍ମିଳନୀ ରେ ଏନେଇ ସୂଚନା ଦେଇଛନ୍ତି ଢେଙ୍କାନାଳ ଏସ୍ପି ଅନୁପମା ଜେମ୍ସ।
ଗିରଫ ଅଭିଯୁକ୍ତମାନେ ହେଲେ ମାଷ୍ଟରମାଇଣ୍ଡ ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ବଡବାହାଳି ଗ୍ରାମର କୁନା ପ୍ରଧାନ(୨୩), ପରଜଙ୍ଗ ଥାନା କଲଦା ବାଲିସାହି ଅଞ୍ଚଳର ଅଜୁ ଓରଫ୍ ଚତୁର୍ଭୁଜ ନାୟକ, କଣ୍ଟାବଣିଆ ଥାନା ତଳବାହାଳ ଅଞ୍ଚଳର ବାବୁଲ ବେହେରା, ପରଜଙ୍ଗ ଥାନା କୁଟୁରିଆ ଗ୍ରାମର କ୍ଷମାନନ୍ଦ ନାୟକ, ଗଣ୍ଡାତଇଳା ଗ୍ରାମର ବୀରେନ୍ଦ୍ର ନାୟକ ଓ କଲଦା ଗ୍ରାମର ଚିତ୍ରସେନ ନାୟକ ଏବଂ ସଦର ଥାନା ରସାସିଂହ ଗ୍ରାମର ଲିପୁନ ନାୟକl
Comments are closed.