Odisha Link
Bridging the Missing Links in Odisha

ଗ୍ୟାସରେ ରୋଷେଇ ସମୟରେ ଲାଗିଲା ନିଆଁ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡା ଗ୍ରାମରେ ଗୁରୁବାର ଗ୍ୟାସରେ ରୋଷେଇ କରିବା ସମୟରେ ଅଗ୍ନିକାଣ୍ଡ ଘଟି ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଉଛନ୍ତି ସନ୍ତୋଷ ପ୍ରଧାନ ଓ ଦିପକ କହଁର। ସେମାନଙ୍କୁ ବାଲିଗୁଡ଼ା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ସକାଳେ କୌଣସି କାରଣରୁ ଗ୍ୟାସ ଲିକ୍ ହୋଇଥିଲା। ସନ୍ତୋଷ ରାନ୍ଧିବା ପାଇଁ ଦିଆସିଲି ଲଗାଇବା ମାତ୍ରେ ନିଆଁ ବ୍ୟାପି ଯାଇଥିଲା। ପରେ ଦିପକ ତାଙ୍କୁ ବଞ୍ଚାଇବାକୁ ଆସିଥିବା ବେଳେ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା। ଚିତ୍କାର ଶୁଣି ଗ୍ରାମବାସୀ ଗୁରୁତର ଅବସ୍ଥାରେ ସେମାନଙ୍କୁ ବାଲିଗୁଡ଼ା ଚିକିତ୍ସାଳୟ ଭର୍ତ୍ତି କରିଛନ୍ତି।

Comments are closed.