Odisha Link
Bridging the Missing Links in Odisha

ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ

ଜଗତସିଂହପୁର : ନିଜ ଆଶା ଚରିତାର୍ଥ କରିବାକୁ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି ଜଣେ ଶିକ୍ଷକ। ଏପରି ଲଜ୍ଜାଜନକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକରେ।
ସୂଚନା ଅନୁଯାୟୀ, ତିନି ଦିନ ତଳେ ଶିକ୍ଷକ ଜଣଙ୍କ ସମ୍ପୃକ୍ତା ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ଏନେଇ ଗାଁରେ ସମାଧାନ ପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ ସମାଧାନ ନହେବାରୁ ଛାତ୍ରୀର ଆଈ ବାଲିକୁଦା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ପୀଡିତା ଛାତ୍ରୀର ବୟାନ ରେକର୍ଡ କରିଛି । ଅଭିଯୁକ୍ତ ଶିକ୍ଷକ ଜଣଙ୍କ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି ।

Comments are closed.