Odisha Link
Bridging the Missing Links in Odisha

ଦୁବାଇରେ ଫଶିଛନ୍ତି ୧୮ ଓଡିଆ ଶ୍ରମିକ

ବ୍ରହ୍ମପୁର : ଦୁବାଇରେ ଫଶିଥିବା ୧୮ ଓଡ଼ିଆ ଶ୍ରମିକ ଘରକୁ ଫେରି ପାରୁନାହାନ୍ତି । ଶ୍ରମିକ ମାନେ ଏବେ ବି ନିର୍ଯାତନାର ଶିକାର ହେଉଛନ୍ତି । ଏମାନେ ସମସ୍ତେ ଗଞ୍ଜାମ ଖଲ୍ଲିକୋଟର ମାଣିକପୁର, କଇରାସି, ବାଣିଆ ଅଞ୍ଚଳର । ୭ ମାସ ତଳେ ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ଏମାନେ ଦୁବାଇ ଯାଇଥିଲେ । ତେବେ ସେଠାରେ କମ୍ପାନୀ କର୍ତ୍ତୃପକ୍ଷ ବେତନ ଦେବା ବଦଳରେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏମାନେ ଭୋକ ଉପବାସରେ ପଡିଛନ୍ତି ।
ଏହି ଖବର ପ୍ରଥମେ ନ୍ୟୁଜ୍ ୭ରେ ପ୍ରସାରଣ ହୋଇଥିଲା । ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯାଉଥିବା କହିଥିଲା ଶ୍ରମ ବିଭାଗ । କିନ୍ତୁ ଏବେ ଯାଏଁ ସେମାନଙ୍କୁ ଉଦ୍ଧାର କରା ଯାଇପାରିନାହିଁ । ଏବେ ପୁଣି ଥରେ ଦୁବାଇରୁ ବିକଳ ହୋଇ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି ସେଠାରେ ଫଶିଥିବା ଶ୍ରମିକ ।

Comments are closed.