Odisha Link
Bridging the Missing Links in Odisha

ବିଧାନସଭାରେ ମରୁଡ଼ି

ଭୁବନେଶ୍ୱର : ଗୁରୁବାର ସମ୍ଭାବ୍ୟ ମରୁଡ଼ି ନେଇ ବିଧାନସଭାର ଶୂନ୍ୟକାଳରେ ସରଗରମ ଆଲୋଚନା ହୋଇଛି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ ।
ଏହି ଅବସରରେ ରାଜ୍ୟର ୧୫ଟି ଜିଲ୍ଲାରେ ଠିକଭାବେ ବର୍ଷା ହୋଇନଥିବା ପ୍ରଦୀପ୍ତ ନାୟକ କହିଥିଲେ । ମାଟି ଫାଟି ଆଁ କରିଥିବାବେଳେ ତଳି ଶୁଖିବାକୁ ମସିଲାଣି । ତେଣୁ ବର୍ଷାର ସଠିକ ପରିମାଣ ଜଣାଇବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦେବାକୁ ଶ୍ରୀ ନାୟକ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ କହିଥିଲେ ।
ଅନ୍ୟପକ୍ଷରେ ଲିଫ୍ଟ ଇରିଗେସନ ଓ ଡିପ ବୋରୱେଲ ଅଚଳ ହୋଇପଡ଼ିଥିବା ନରସିଂହ ମିଶ୍ର କହିଥିଲେ । ଋଣ ବୋଝରୁ ଚାଷୀ ଆତ୍ମହତ୍ୟା କରୁଥିବା ସଂସଦରେ ପ୍ରସନ୍ନ ଆଚାର୍ଯ୍ୟ କହିଥିବା ଶ୍ରୀ ମିଶ୍ର କହିଥିଲେ । ଅଥଚ ଏଠାରେ ସରକାର ତାକୁ ମାନିବାକୁ ନାରାଜ ବୋଲି ଶ୍ରୀ ମିଶ୍ର କହିଥିଲେ । ଅନ୍ୟପକ୍ଷରେ ବାଚସ୍ପତି ଶ୍ରୀ ପାତ୍ର ଆସନ୍ତାକାଲି ମରୁଡ଼ି ତଥ୍ୟ ସହ ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦେଇଥିବା ଜଣାଯାଇଛି ।

Comments are closed.