Odisha Link
Bridging the Missing Links in Odisha

ଝିଅ ବାହାଘର ପାଇଁ ୩୦ ଦିନିଆ ପାରୋଲରେ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ

ନୂଆଦିଲ୍ଲୀ: ଦିବଙ୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାର ଦୋଷୀ ନଳିନୀ ଆଜି ୩୦ ଦିନିଆ ପାରୋଲରେ ବାହାରକୁ ବାହାରିଛନ୍ତି। ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଭେଲୋର ଜେଲ୍‌ରେ ଆଜୀବନ ସଜା କାଟୁଛନ୍ତି ନଳିନୀ ଶ୍ରୀହରନ। ତାଙ୍କ ଝିଅର ବାହାଘର ପାଇଁ ସେ ପାରୋଲରେ ବାହାରିଛନ୍ତି ବୋଲି ସୂଚନା ରହିଛି। ମାଡ୍ରାସ ହାଇକୋର୍ଟ ଏ ନେଇ ଅନୁମତି ପ୍ରଦାନ କରିଛନ୍ତି। ତେବେ ଏହି ପାରୋଲ ଅବଧି ୩୦ ଦିନ ଥିବା ବେଳେ ନଳିନୀ ଭେଲୋର ବାହାରକୁ ଯାଇ ପାରିବେ ନାହିଁ କି କୌଣସି ନେତା ଓ ମିଡିଆରେ କଥା ହୋଇପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଝିଅ ଲଣ୍ଡନରେ ଡାକ୍ତରୀ ପଢୁଥିବା ଜଣାପଡ଼ିଛି।

ନଳିନୀ ଗତ ବର୍ଷ ମଧ୍ୟ ମାସେ ପାଇଁ ପାରୋଲରେ ଆସିଥିଲେ। ସେତେବେଳେ ତାଙ୍କ ବାପାଙ୍କ ପରଲୋକ ହୋଇଯାଇଥିଳା। ନଳିନୀଙ୍କ ସ୍ୱାମୀ ମୁରୁଗନ ମଧ୍ୟ ସମାନ ଅଭିଯୋଗରେ ଦଣ୍ଡିତ ହୋଇ ଭେଲୋର ଜେଲରେ ଦୀର୍ଘ ୨୮ ବର୍ଷ ହେବ ସଜା କାଟୁଛନ୍ତି। ସୂଚନାଥାଉକି, ନଳିନୀଙ୍କୁ ରାଜୀବ ଗାନ୍ଧି ହତ୍ୟାକାଣ୍ଡ ମାମଲାରେ ପ୍ରଥମେ ଫାଶୀଦଣ୍ଡାଦେଶ ହୋଇଥିଲା। ପରେ ସୋନିଆ ଗାନ୍ଧିଙ୍କ ହସ୍ତକ୍ଷେପ ପରେ ୨୦୦ ମସିହା ଏପ୍ରିଲ୍ ୨୪ ତାରିଖରେ ଫାଶୀଦଣ୍ଡାଦେଶକୁ ଆଜୀବନ ଜେଲ୍‌ରେ ପରିଣତ କରାଯାଇଥିଲା।

Comments are closed.