Odisha Link
Bridging the Missing Links in Odisha

ଫୋନରେ କଥା ହେଲେ ମୋଦି-ନବୀନ, କେଉଁ ପ୍ରସଙ୍ଗରେ କଥା ହେଲେ ଜାଣନ୍ତୁ

ଭୁବନେଶ୍ବର: ପୁଣି ଥରେ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା। କାରଣ ନବୀନଙ୍କ ସହ ମୋଦି ଫୋନ ଯୋଗେ କଥା ହୋଇଥିବା ଗଣମାଧ୍ୟମରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟରେ ଦୁଇ ଦଳ ମଧ୍ୟରେ ତିକ୍ତତା ଥିଲେ ମଧ୍ୟ ଜାତୀୟ ସ୍ତରରେ ଉଭୟ ଦଳ ବିଭିନ୍ନ ବିକାଶମୂଳକ ପ୍ରସଙ୍ଗକୁ ନେଇ ଭଲ ସମ୍ପର୍କ ରହିଛି।

ଦେଶ ତଥା ରାଜ୍ୟର ବିକାଶ ସ୍ତରରେ ଉଭୟ ଦଳ ପରସ୍ପରକୁ ସହଯୋଗ କରିଥାନ୍ତି। ଆରଟିଆଇ ବିଲକୁ ସମର୍ଥନ ଦେବା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ ମାଧ୍ୟମରେ ଆଲୋଚନା କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏହା ସହ ମୋଦି ଏହି ପ୍ରସଙ୍ଗ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ସହ ମଧ୍ୟ କଥା ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ, ଉପରାଷ୍ଟ୍ରପତି ନିର୍ବାଚନ , ତ୍ରିପଲ ତଲାକ, ଏନଆରସି ମାମଲାରେ ବିଜେଡ଼ି ଏନଡ଼ିଏକୁ ସମର୍ଥନ କରିଥିଲା। ଆରଟିଆଇ ବିଲରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ଲୋଡ଼ିଛନ୍ତି।

Comments are closed.