Odisha Link
Bridging the Missing Links in Odisha

ବ୍ରିଟେନ ମନ୍ତ୍ରିମଣ୍ଡଳରେ ତିନି ଭାରତୀୟ

ବ୍ରିଟେନ: ବ୍ରିଟେନ ସରକାରରେ ଭାରତୀୟଙ୍କ ଦବଦବା। ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ବୋରିସ ଜନସନ ତାଙ୍କ ମନ୍ତ୍ରିମଣ୍ଡଳରେ ୩ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ସ୍ଥାନ ଦେଇଛନ୍ତି। ପ୍ରୀତି ପଟେଲ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଗୃହମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ହେଉଛନ୍ତି ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ଏନ.ଆର. ନାରାୟଣ ମୂର୍ତ୍ତିଙ୍କ ଜ୍ଵାଇଁ ରିଷି ସୁନାକ ଓ ଅନ୍ୟଜଣେ ଉତ୍ତରପ୍ରଦେଶର ଆଗ୍ରାରେ ଜନ୍ମିତ ୫୧ ବର୍ଷୀୟ ଆଲୋକ ଶର୍ମା।

ଭାରତରେ ଜନ୍ମିତ ମହିଳା ପ୍ରୀତି ପଟେଲ ବୁଧବାର ଗୃହମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେହିପରି ଟେରିସା ମେ’ ସରକାରରେ କନିଷ୍ଠ ମନ୍ତ୍ରୀ ଥିବା ଆଲୋକ ଶର୍ମାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ପଦୋନ୍ନତି ଦିଆଯାଇଛି। ସେ ଅନ୍ତର୍ଜାତୀୟ ଉନ୍ନୟନ ବିଭାଗର ମନ୍ତ୍ରୀ ରହିଛନ୍ତି। ବ୍ରିଟେନର ଏହି ମନ୍ତ୍ରୀ ଉତ୍ତର ପ୍ରଦେଶର ଆଗ୍ରାରେ ଜନ୍ମ ଗ୍ରହଣ କରିଥିଲେ। ଆଲୋକ ଶର୍ମା ୨୦୧୦ରୁ ରିଡିଂ ୱେଷ୍ଟର ଏମପି ଭାବେ ନିର୍ବାଚିତ ହୋଇଆସୁଛନ୍ତି। ଏହା ବ୍ୟତୀତ ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ଏନ.ଆର. ନାରାୟଣ ମୂର୍ତ୍ତିଙ୍କ ଜ୍ଵାଇଁ ରିଷି ସୁନାକ ନୂଆ ଚାନ୍‌ସେଲର ସାଜିତ ଜାଭେଦଙ୍କ ଅଧୀନରେ ଟ୍ରେଜେରି ମୁଖ୍ୟ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେ କନିଷ୍ଠ ମନ୍ତ୍ରୀ ରହିଛନ୍ତି। ହାମ୍ପସାୟାରରେ ଜନ୍ମିତ ୩୯ ବର୍ଷୀୟ ସୁନାକ୍‌ ୨୦୧୫ରୁ ୟର୍କଶାୟର, ରିଚ୍‌ମଣ୍ଡର ଏମପି ଭା​‌ବେ ନିର୍ବାଚିତ ହୋଇ ଆସୁଛନ୍ତି।

Comments are closed.