Odisha Link
Bridging the Missing Links in Odisha

ଆଜି ମୁକୁଳିପାରନ୍ତି ସାରଥି 

କଟକ : କେନ୍ଦ୍ରାପଡ଼ା ଏସଡ଼ିଜେଏମ କୋର୍ଟରେ ବେଲ୍ ବଣ୍ଡ୍ ଦାଖଲ ହୋଇଛି। ସେଠାରୁ ରିପୋର୍ଟ ଆସିବା ପରେ ସାରଥୀ ଜେଲରୁ ମୁକୁଳିବାର ସମ୍ଭାବନା ରହିଛି। ପୂର୍ବରୁ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା’ ଓ ଝିଅଙ୍କ ମାମଲାରେ ହାଇକୋର୍ଟ ସାରଥିଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ଦେବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତଳ କୋର୍ଟ ଚାହିଁଲେ ତାଙ୍କ ଜାମିନ ଉପରେ ଅଧିକ ସର୍ତ୍ତ ରଖିପାରିବେ ବୋଲି କହିଛନ୍ତି କୋର୍ଟ।
୨୦୧୫ ଅଗଷ୍ଟ ୮ରେ ଗିରଫ ହୋଇଥିବା ସାରଥିଙ୍କ ବିରୋଧରେ ମୋଟ୍ ୩ଟି ମାମଲା ଥିବା ବେଳେ ପୂର୍ବରୁ ସେ ଅନ୍ୟ ମାମଲାରେ ଜାମିନ ପାଇସାରିଛନ୍ତି। ଗିରଫ ବେଳେ ସାରଥୀଙ୍କ ବାରିମୂଳ ଆଶ୍ରମରୁ ୧୫ କେଜିର ରୂପା, ୫୧ କେଜିର ମୁଦ୍ରା, ୫୪.୧ ଗ୍ରାମର ସୁନା ମିଳିବା ସହ ଆଶ୍ରମରୁ ୨ଟି ଖଣ୍ଡା ଜବତ କରାଯାଇଥିଲା।

Comments are closed.