Odisha Link
Bridging the Missing Links in Odisha

ସ୍କୁଲ୍‌ରେ ପିଲାଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ

ସମ୍ବଲପୁର : ପିଲାଙ୍କୁ ପାଠ ପଢ଼ାଇବାକୁ ସ୍କୁଲ୍‌ ଚାଲି ଆସିଲେ ଜିଲ୍ଲାପାଳ। ସ୍କୁଲ୍‌ ପିଲାଙ୍କୁ ପାଠ ବି ପଢ଼ାଇଲେ। ପର୍ଯ୍ୟଟନ ସ୍ଥଳ ବି ବୁଲାଇଲେ। ଆମେ କହୁଛୁ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଶୁଭମ୍‌ ସକ୍ସେନାଙ୍କ କଥା।
ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକ୍ସେନା ଆଜି ଜିଲ୍ଲାର ମାଓ ପ୍ରଭାବିତ ନାକଟିଦେଉଳ ବ୍ଲକ ପରିଦର୍ଶନ ବେଳେ ଶିମିଳିପାଳ ଓ ଘୋଷରାମାଲ ପଞ୍ଚାୟତର ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇଛନ୍ତି। ଏଥିସହିତ ପିଲାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଛନ୍ତି। ଆଉ ପାଖରେ ଜିଲ୍ଲାପାଳ ଶିକ୍ଷକଙ୍କୁ ପାଇ ପିଲା ବି ବେଶ୍‌ ଖୁସି। ସେଥିପାଇଁ କଲେକ୍ଟର୍‌ ସାର୍‌ଙ୍କ ପାଖରେ ମନକଥା ଖୋଲି କହିଛନ୍ତି ବିଦ୍ୟାଳୟର ପିଲା। ଶୁଭମ ପାଠ ପଢ଼ାଉଥିବା ସମୟରେ ବିଦ୍ୟାଳୟର ବହୁ ପିଲା କେବେ ବସ୍ କିମ୍ବା ଟ୍ରେନ୍ ଦେଖିନଥିବା କହିଥିଲେ।
ପିଲାଙ୍କଠାରୁ ଏପରି ଶୁଣିବା ପରେ ତୁରନ୍ତ ସେମାନଙ୍କୁ ଆଖପାଖର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲାଇ ନେବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଏହି ପରିଦର୍ଶନ ବେଳେ ସେ ବିଭିନ୍ନ ଅଞ୍ଚଳ ବୁଲି ଉନ୍ନୟନ ମୂଳକ କାର୍ଯ୍ୟଗୁଡ଼ିକର ତଦାରଖ କରିବା ସହ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

Comments are closed.