Odisha Link
Bridging the Missing Links in Odisha

୮ ବର୍ଷ ପରେ ମାଟିତଳୁ ବାହାରିଲା କଙ୍କାଳ

ସମ୍ବଲପୁର : ସମ୍ବଲପୁରରେ ଜୟଶ୍ରୀ ନିଖୋଜ ମାମଲାର ୮ ବର୍ଷ ପରେ ପୁଣି ଥରେ ଆରମ୍ଭ ହୋଇଛି ଖୋଳତାଡ଼। ପୁଲିସ ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କୁ ଗିରଫ କରିଛି।
ଅଭିଯୁକ୍ତର ବୟାନ ଆଧାରରେ ଖୋଜାଖୋଜି କରିବା ପରେ ଖପୁରୀର କିଛି ଅଂଶକୁ ଜବତ କରାଯାଇଛି। ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହାକୁ ଯାଞ୍ଚ କରାଯାଉଛି। ୨୦୧୧ ଅକ୍ଟୋବର ୧୩ ତାରିଖରେ ଜୟଶ୍ରୀ ନିଖୋଜ ହୋଇଯାଇଥିଲେ । ଏନେଇ ମାମଲା ରୁଜୁ କରାଯାଇଥିଲା। ତେବେ ତଦନ୍ତରେ ଅଗ୍ରଗତି ନହେବାରୁ ଗତ ୨୧ ତାରିଖ ଜୟଶ୍ରୀଙ୍କ ଝିଅ ଏନେଇ ପୁଣି ଅଭିଯୋଗ କରିଥିଲେ ।

Comments are closed.