Odisha Link
Bridging the Missing Links in Odisha

ଦେଶୀ ମଦ ବିକ୍ରି ନେଇ ଗୃହରେ ଉଦବେଗ

ଭୁବନେଶ୍ୱର: ରାଜ୍ୟରେ ଅବାଧ ଦେଶୀ ମଦ ବିକ୍ରିକୁ ନେଇ ସୋମବାର ଗୃହରେ ଉଦବେଗ ପ୍ରକାଶ ପାଇଛି । ମାଲକାନାଗିରି ସମେତ ବିଭିନ୍ନ ଜିଲ୍ଲାରେ ଦେଶୀ ମଦ ବିକ୍ରି ହେଉଛି । କିଛି ସ୍ଥାନରେ ଦେଶୀ ମଦରେ ୟୁରିଆ ମିଶାଯାଉଥିବା ନେଇ ଅଭିଯୋଗ ହେଉଛି । ୟୁରିଆ ମିଶା ମଦ ପିଇ ଲୋକଙ୍କ କିଡନୀ ଖରାପ ହେଉଥିବା ଅଭିଯୋଗ କରି ବିଧାୟକ ଉଦବେଗ ପ୍ରକାଶ କରିଥିଲେ ।
ଏନେଇ ଅବକାରୀ ମନ୍ତ୍ରୀ ଗୃହରେ ଉତ୍ତର ରଖି କହିଥିଲେ ଯେ, ଦେଶୀ ମଦ ବିକ୍ରି ଉପରେ ପଦକ୍ଷେପ ନିଆଯାଉଛି । ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ପ୍ରତ୍ୟେକ ଜିଲ୍ଲାରେ ସ୍କ୍ୱାର୍ଡ ଗଠନ ହୋଇଛି । ପ୍ରତି ୩ ମାସରେ ଥରେ ବୈଠକ ବସି ଆଲୋଚନା ହେଉଛି । ବୈଠକକୁ ପ୍ରତି ମାସରେ କରିବାକୁ ଯୋଜନା ହେଉଥିବା ଅବକାରୀ ମନ୍ତ୍ରୀ କହିଥିଲେ ।

Comments are closed.