Odisha Link
Bridging the Missing Links in Odisha

ଆଜି ଅପରାହ୍ନରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ଆଜି ପରୀରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅପରାହ୍ନ ୪ଟା ୩୦ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷତା କରିବେ ଗଜପତି ଦିବ୍ୟସିଂହ ଦେବ । ଗତ ରଥଯାତ୍ରା ପରିଚାଳନା ଏବଂ ଶ୍ରୀମନ୍ଦିର ବ୍ୟୟ ନେଇ ବୈଠକରେ ସମୀକ୍ଷା କରାଯିବ । ସ୍ନାନ ଯାତ୍ରାଠାରୁ ନୀଳଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିର ଭିଡିଓ ଫୁଟେଜ ଅନୁଧ୍ୟାନ କରାଯିବ।
ଏହି ସମୟରେ ରଥଯାତ୍ରା ବ୍ୟବସ୍ଥାବଳୀକୁ ଠିକ୍ ଭାବେ ସେବାୟତ ଓ କର୍ମଚାରୀମାନେ ଅନୁସରଣ କରିଛନ୍ତି କି ନାହିଁ ତା ଉପରେ ଅନୁଧ୍ୟାନ କରାଯିବ । ଏହାଛଡା ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଦ୍ବାରା ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣର ଅବଗତି ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ବୈଠକରେ ପାରିମାଣିକ ଦର୍ଶନ ପୁନଃ ପ୍ରଚଳନ ଦାବି ଉଠିପାରେ । ଶ୍ରମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପିଙ୍କ ସହ ସମସ୍ତ ପରିଚାଳନା କମିଟିର ସଦସ୍ୟ ବୈଠକରେ ଉପସ୍ଥିତ ରହିବେ ।

Comments are closed.