Odisha Link
Bridging the Missing Links in Odisha

କ୍ଷୋଭ ପ୍ରକାଶ କଲେ ଜଗା-କାଳିଆଙ୍କ ବାପା

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ଥିବା ମୁଣ୍ଡ ଯୋଡ଼ା ଶିଶୁ ଜଗା-କାଳିଆଙ୍କ ବାପା ଭୂୟାଁ କହଁର ଗାଁକୁ ଫେରିବାକୁ ଚାହୁଁଛନ୍ତି। ହେଲେ ଗାଁକୁ ଆସିବାକୁ ତାଙ୍କୁ ଅନୁମତି ମିଳୁ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି।
ସେ ଅଭିଯୋଗ କରିଛନ୍ତି ଯେ, ଘରକୁ ଫେରିବାକୁ ଚାହୁଁଥିଲେ ବି ରାଜ୍ୟ ସରକାର ଆଜି କାଲି କହି ଦିନ ଗଡ଼ାଇ ଚାଲିଛନ୍ତି। ଭୂୟାଁ ଓଟିଭିକୁ କହିଛନ୍ତି ଯେ, ୨ ବର୍ଷ ହେଲାଣି ଏଠି ରହିଲୁଣୁ। ଦିନଟିଏ ବି ଗାଁକୁ ଯାଇନୁ । ଗାଁରେ ବୁଢ଼ା ବାପା-ମା ଏବଂ ଦୁଇଟି ଛୋଟଛୁଆ ଦୁଃଖ କଷ୍ଟରେ ଅଛନ୍ତି । ଦୁଇ ପିଲାଙ୍କ ପାଠ ପଢ଼ା ବି ବନ୍ଦ ହେବାକୁ ବସିଲାଣି । ସେ ଅଭିଯୋଗ କରିଛନ୍ତି, ଏବେ ଜଗାକାଳିଆଙ୍କୁ ଭୁବନେଶ୍ୱର କିମ୍ବା ଗାଁକୁ ନେଇ ଯାଇ ହେବ ବୋଲି ଏମ୍ସ ଚିକିତ୍ସକ କହୁଛନ୍ତି। କିନ୍ତୁ ସରକାର ନେବାର ନାଁ ଧରୁନାହାନ୍ତି । ଆଜି କାଲି କହି ଦିନ ଗଡ଼ାଇ ଚାଲିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଭୂୟାଁ।

Comments are closed.