Odisha Link
Bridging the Missing Links in Odisha

ଶହେ ଫୁଟ ତଳକୁ ଖସିଲା ଆଇରନ ବୋଝେଇ ଟ୍ରକ

କଳାବାଡିଆ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷୀ ବ୍ଲକ ଅନ୍ତର୍ଗତ ଦ୍ୱାରଶୁଣି ଘାଟିରେ ମଙ୍ଗଳବାର ପୁଣି ଥରେ ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଏକ ଆଇରନ ବୋଝେଇ ଏକ ଟ୍ରକ ଘାଟିରୁ ଓହ୍ଲାଉ ଥିବା ବେଳେ ବ୍ରେକ ଫେଲ ହୋଇଯାଇଥିଲା। ବ୍ରେକ ନ ଧରିବାରୁ ଟ୍ରକଟି ଭାରସାମ୍ୟ ହରାଇ ଶହେ ଫୁଟ ତଳକୁ ଖସି ପଡି ଚୁରମାର ହୋଇଯାଇଛି। ସୌଭାଗ୍ୟବଶତଃ ଟ୍ରକ୍ ଡ୍ରାଇଭର ଓ ହେଲ୍ପର ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ବାଙ୍ଗରିପୋଷି ପୁଲିସ ଓ ଅଗ୍ନୀଶମ ବିଭାଗ କର୍ମଚାରୀ ଆସି ଆହତ ଡ୍ରାଇଭର ଓ ହେଲ୍‌ପରଙ୍କୁ ଉଦ୍ଧାର କରି ବାଙ୍ଗରିପୋଷି ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଦ୍ୱାରଶୁଣି ଘାଟିରେ ବାରମ୍ବାର ଦୁର୍ଘଟଣା ହେଉଥିବା ବେଳେ ପ୍ରଶାସନର ଏଦିଗ ପ୍ରତି କୌଣସି ନିଘା ନଥିବା ସ୍ଥାନୀୟ ବାସନ୍ଦା ଅମିଯୋଗ କରନ୍ତି।

Comments are closed.