Odisha Link
Bridging the Missing Links in Odisha

ତିନି ତଲାକ ବିଲ: ବିଜେଡ଼ିର ସମର୍ଥନ, ଜେଡିୟୁର କକ୍ଷତ୍ୟାଗ ପରେ କଣ ରହିଛି ଅଙ୍କକଷା

ନୂଆଦିଲ୍ଲୀ: ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜ୍ୟସଭାରେ ଆଗତ କଲେ ତିନି ତଲାକ ବିଲ। ରବିଶଙ୍କର ପ୍ରସାଦ ସରକାରଙ୍କ ପକ୍ଷ ରଖିଛନ୍ତି। ଆଇନ ମନ୍ତ୍ରୀଙ୍କ ବିଲ ଉପସ୍ଥାପନା ପରେ ଗୃହରେ ବିତର୍କ ଚାଲିଛି। ପୂର୍ବାହ୍ନରେ ବିଜେଡି ତିନି ତଲାକ୍ ବିଲକୁ ସମର୍ଥନ କରିବ ବୋଲି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଘୋଷଣା କରିଛନ୍ତି। ପୂର୍ବରୁ ଲୋକସଭାରେ ଏହି ବିଲକୁ ମଂଜୁରୀ ମିଳିଛି। ଲୋକସଭାରେ କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ଡିଏମକେ ବ୍ୟାକ୍ ଆଉଟ୍ କରିବା ପରେ ମଧ୍ୟ ଏହି ବିଲ୍ ପାରିତ ହୋଇଥିଲା।

ତିନି ତଲାକ ବିଲ୍‌ ଆଲୋଚନା ଚାଲିଥିବା ବେଳେ ଏନଡିଏର ସହଯୋଗୀ ଜେଡିୟୁ କକ୍ଷତ୍ୟାଗ କରିବାପରେ ବିଜେପି ଲାଗି ଏହି ବିଲକୁ ପାସ୍ କରାଇବା ସହଜସାଧ୍ୟ ହେବ ବୋଲି କୁହାଯାଉଛି।  ଟ୍ରିପଲ ତଲାକ୍ ବିଲକୁ ତେବେ ରାଜ୍ୟସଭାରେ ଏହି ବିଲକୁ ପାସ୍ କରାଇବା ପାଇଁ କିନ୍ତୁ ବିଜେପି ପାଖରେ ସଂଖ୍ୟା ନାହିଁ। ଏଭଳି ସ୍ଥିତିରେ ଅଣ-ଏନଡିଏ ଓ ଅଣ-ୟୁପିଏ ଦଳର ସମର୍ଥନ ଉପରେ ନିର୍ଭର କରଛନ୍ତି ସରକାର। ବିଶେଷ କରି ବିଜେଡି, ତେଲେଙ୍ଗାନା ରାଷ୍ଟ୍ର ସମିତି ଓ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ଉପରେ ମୋଦି ସରକାରଙ୍କ ନଜର ରହିଛି।।

ପାରିତ ହୋଇପାରେ ବିଲ୍‌:
ରାଜ୍ୟସଭାରେ ମୋଟ ସାଂସଦଙ୍କ ସଂଖ୍ୟା ୨୪୫। ଏଥିମଧ୍ୟରୁ ୪ଟି ଆସନ ଖାଲି ପଡ଼ିଛି। ଏବେ ବିଲକୁ ପାସ୍ କରିବାଲାଗି ୧୨୧ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ବିଜେଡିର ସମର୍ଥନ ଏବଂ ଜେଡିୟୁର କକ୍ଷତ୍ୟାଗ ପରେ ସଂଖ୍ୟା ଗରିଷ୍ଠତାଲାଗି ୧୧୮ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଏନଡିଏ, ବିଜେଡି ଏବଂ ସ୍ବାଧୀନ ସଦସ୍ୟଙ୍କୁ ମିଶାଇ କେନ୍ଦ୍ର ସରକାରଙ୍କ ପାଖରେ ୧୧୪ଜଣ ସାଂସଦଙ୍କ ସମର୍ଥନ ରହିଛି। ସଂଖ୍ୟା ଗରିଷ୍ଠତାଲାଗି ଏବେ ଆଉ ମାତ୍ର ୪ଜଣ ସାଂସଦଙ୍କ ସମର୍ଥନ ଦରକାର। ଯଦି ଟିଏମସିର ୬ଜଣ ସାଂସଦ ବିଲ ସପକ୍ଷରେ ଭୋଟ୍ ଦିଅନ୍ତି ବା କକ୍ଷତ୍ୟାଗ କରନ୍ତି , ତେବେ କେନ୍ଦ୍ର ସରକାରଙ୍କ ଲାଗି ଟ୍ରିପଲ ତଲାକ୍ ବିଲକୁ ରାଜ୍ୟସଭାରେ ପାସ୍ କରାଇବା ସମ୍ଭବପର ହେବ।

Comments are closed.