Odisha Link
Bridging the Missing Links in Odisha

ଫନି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଘର ଯାଞ୍ଚ ପାଇଁ ଧାର୍ଯ୍ୟ ହେଲା ମୋଡାଲିଟି

ପୁରୀ : ଫନି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଘର ଯାଞ୍ଚ ପାଇଁ ମୋଡାଲିଟିଜ ଧାର୍ଯ୍ୟ କଲେ ରାଜ୍ୟ ସରକାର । ଏ ନେଇ ଜିଲ୍ଲାପାଳ ଓ ପିଡି ଡିଆରଡିଏଙ୍କୁ ଚିଠି ଲେଖିଛି ପଞ୍ଚାୟତରାଜ ବିଭାଗ । ପଞ୍ଚାୟତସ୍ତରରେ ଟିମ ଗଠନ କରାଯାଇ ଯାଞ୍ଚ ହେବ । ଯାଞ୍ଚ ପ୍ରକ୍ରିୟାର ଭିଡିଓ ନିର୍ଦ୍ଦିଷ୍ଟ ସମୟ ଭିତରେ ସାରିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ତାଲିକାକୁ ଯାଞ୍ଚ କରିବ ଏହି କମିଟି । କେନ୍ଦ୍ର ସରାକର ଫନି ପାଇଁ ୩ ଲକ୍ଷ ୮୯ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଦାନ କରିଛନ୍ତି ।
ସୂଚନା ଅନୁସାରେ, ଫନି ମାଡ଼ରେ ଦେଢ଼ କୋଟି ଲୋକ ପ୍ରଭାବିତ ହୋଇଥିଲେ । ମୋଟ ୫ ଲକ୍ଷ ୮ ହଜାର ୪୬୭ ଘର କ୍ଷତିଗ୍ରସ୍ତ ହୋଇଥିଲା । କେବଳ ପୁରୀ ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୮୯ ହଜାର ୯୫ କଚ୍ଚା ଘର ନଷ୍ଟ ହୋଇଥିଲା ବେଳେ କ୍ଷତିଗ୍ରସ୍ତ ଲୋକଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପକ୍କା ଘର ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ଯେଉଁ ପରିବାରର କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି ତା ଉପରେ ଆକଳନ ସହ ତୁରନ୍ତ ସମସ୍ତ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିଭଳି ଆଂଶିକ ଭାବେ ନଷ୍ଟ ହୋଇଥିବା ଘର ଗୁଡ଼ିକ ପାଇଁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଆର୍ଥିକ ସହାୟତା ମିଳିଛି । ଇନ୍ଦିରା ଆବାସ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି ।

Comments are closed.