Odisha Link
Bridging the Missing Links in Odisha

ବିଧାନସଭା ଶୂନ୍ୟକାଳରେ ନାଥୁରାମ ଗଡସେ ଝଡ

ଭୁବନେଶ୍ବର : ବିଧାନସଭାରେ ପୁଣି ନାଥୁରାମ ଗଡସେ ଝଡ । ଶୂନ୍ୟ କାଳରେ ନାଥୁରାମ ଗଡସେଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ପୂର୍ବରୁ ଗତକାଲି ବିଧାନସଭାରେ ନାଥୁରାମ ଗଡସେଙ୍କ ଚିନ୍ତାଧାରା ରଖିଥିବା ଲୋକେ ଏବେ କେନ୍ଦ୍ରରେ ସରକାର ଚଳାଉଛନ୍ତି କହି ବିଜେପିକୁ ଆକ୍ଷେପ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ସେପଟେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏହାକୁ କାଉଣ୍ଟର କରି ମଣିଶଙ୍କର ଆୟାର ଓ ସିଦ୍ଧୁଙ୍କ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ । ଏହାକୁ ନେଇ ଗୃହରେ ଝଡ ବହିଥିବା ବେଳେ ଆଜି ମଧ୍ୟ କଥା କଟାକଟି ହୋଇଛି । ତେବେ ବିଧାନସଭାର ପ୍ରାକ୍ଟିସ ଅନୁସାରେ ବାଚସ୍ପତି ରୁଲିଂ ଦେବେ ବୋଲି କହିବା ପରେ ଏବେ ଗୃହ ସ୍ବାଭାବିକ ହୋଇଛି ।

Comments are closed.